ବରିଷ୍ଠ ନାଗରିକ ସଂଘକୁ ମିଳୁନି ସରକାରୀ ଅନୁଦାନ ଅର୍ଥ
ବେତନଟୀ,: ରାଜ୍ୟ ସରକାର ୨୦୨୩-୨୪ ଆର୍ଥôକ ବର୍ଷରେ ସରକାରୀ ପଞ୍ଜିକୃତ ବିଭିନ୍ନ ସମାଜସେବୀ ବରିଷ୍ଠ ନାଗରିକ ସଂଗଠନମାନଙ୍କୁ ୫୦ହଜାର ଟଙ୍କା ଲେଖାଏଁ ରାଜ୍ୟର ୩୭ ଗୋଟି ବରିଷ୍ଠ ନାଗରିକ ସଂଘ ନିମନ୍ତେ "ଅବଦାନ’ ଯୋଜନାରେ ମଂଜୁର କରିଥିଲେ । ତଦନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ନଅଗୋଟି ଅନୁଷ୍ଠାନ ନିମନ୍ତେ ୫୦ ହଜାର ଲେଖାଏଁ ମୋଟ ସାଢେ ଚାରିଲକ୍ଷ ଟଙ୍କା ଆଜକୁ ଦେଢ ବର୍ଷ ହେବ ଆସିଥିବାର ଜିଲ୍ଲା ସାମାଜିକ ସୁରକ୍ଷା( ଡିଏସ୍ଏସ୍ଓ) କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ତେବେ ଏ ନେଇ ବେତନଟୀ ସିଭିଲ ସୋସାଇଟିର ସଂପାଦକ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ବହୁବାର ଜିଲ୍ଲା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବା ପରେ ମଧ୍ୟ ଏହି ଅର୍ଥର ବଣ୍ଟନ ହୋଇପାରିନାହିଁ । ଜିଲ୍ଲା କାର୍ଯ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଟଙ୍କା କିଭଳି କାର୍ଯ୍ୟରେ ଖର୍ଚ୍ଚ ହେବ, ତାର ସ୍ପଷ୍ଟୀକରଣ ଚିଠିନମ୍ବର ୧୫୬୪ ତା ୨୦-୦୮- ୨୪ ଓ ଚିଠି ନମ୍ବର ୨୪୨୬ତା ୧୯-୧୨-୨୪ ରେ ଦୁଇଗୋଟି ଚିଠିରେ ଉପରିସ୍ଥ ଭୁବନେଶ୍ୱର କାର୍ଯ୍ୟାଳୟକୁ କରିଥିବାର ଜଣାଇଛନ୍ତି । ଯେହେତୁ ପୁଣି ମାର୍ଚ୍ଚମାସ ଆସି ଯାଇଛି ଓ ଟଙ୍କାର ବିନିଯୋଗପତ୍ର ଦେବାକୁ ପଡିବ, ଏଣୁ ଯଥାଶୀଘ୍ର ଉକ୍ତ ଟଙ୍କା ବଣ୍ଟନ ନିମନ୍ତେ ନିଜେ ମଧ୍ୟ ସରକାରଙ୍କ ସଂପୃକ୍ତ ବିଭାଗ ନାମରେ ଅନୁରୋଧ ପତ୍ରଟିଏ ନିକଟରେ ସିଭିଲ ସୋସାଇଟି ବେତନଟୀ ତରଫରୁ ପଠାଇଥିବା ଶ୍ରୀ ମହାନ୍ତି ଜଣାଇଛନ୍ତି । ଯେହେତୁ ବୟସ୍କ ବ୍ୟକ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ସଂଗଠନମାନଙ୍କୁ ଏହି ଟଙ୍କା ବଣ୍ଟନ କରିବାର ସରକାରଙ୍କ ଚିଠି ନମ୍ବର ୫୮୮୬ ତା ୬ ।୮ ।୨୦୨୪ରେ ନିଦେ୍ର୍ଦଶ ରହିଛି । ଏଣୁ ସ୍ପଷ୍ଟୀକରଣ ନାମରେ ଆଉ ବିଳମ୍ବ ନ କରି ତୁରନ୍ତ ଟଙ୍କା ସଂଗଠନମାନଙ୍କୁ ଦେବାର ବ୍ୟବସ୍ଥା କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
