ନାରୀ ନିର୍ଯାତନା ପ୍ରତିବାଦରେ କଂଗ୍ରେସର ମହମବତୀ ଶୋଭାଯାତ୍ରା

 ଢେଙ୍କାନାଳ: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଦେ୍ର୍ଦଶକ୍ରମେ ଏବଂ ଜିଲ୍ଲା ସଭାପତି ସୁନୀଲ ଦାଶଙ୍କ ପରାମର୍ଶରେ ବରିଷ୍ଠ ଉପସଭାପତି ବେଣୁଧର ସାହୁଙ୍କ ନେତୃତ୍ୱରେ ରାଜ୍ୟରେ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିରୁଦ୍ଧରେ ଏକ ମହମବତୀ ଶୋଭାଯାତ୍ରା ଏବଂ ପ୍ରତିବାଦ ସଭା ସ୍ଥାନୀୟ ଟାଉନ୍ ହଲ୍ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତା ରାଣୀ ସାମଲ ଓ ବରିଷ୍ଠ ମହିଳା ନେତ୍ରୀ ଉର୍ମିଳା ଦାଶଙ୍କ ନେତୃତ୍ୱରେ ଅନେକ ମହିଳା କଂଗ୍ରେସ କର୍ମୀ ଏକ ପଟୁଆରରେ ସହରର ମୁଖ୍ୟ ବଜାର ମଧ୍ୟ ଦେଇ ଶୋଭାଯାତ୍ରା କରିଥିଲେ । ଡାକ୍ତର ତୁଷାର କାନ୍ତି ନାୟକ ରାଜ୍ୟରେ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିଶେଷ କରି କୁକର୍ମ, ଗଣ ଧର୍ଷଣ, ହତ୍ୟା, ଅପହରଣ, ନାବାଳିକା ମାତୃତ୍ୱ ଆଦି ସମ୍ପ୍ରବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କଂଗ୍ରେସ ପ୍ରାଧାନ୍ୟ ଦେଇ କିପରି ସମାଧାନ କରାଯିବ ଏବଂ ସେଥିନିମନ୍ତେ ବିଧାନସଭାରେ ଏକ ଗୃହ କମିଟି କଂଗ୍ରେସ ଦାବି କରିବା ବିଷୟରେ ଜନତାଙ୍କୁ ଜଣାଇଥିଲେ  । ଏହି ଦାବିକୁ ମୋହନ ମାଝି ସରକାର ପ୍ରତ୍ୟାଖ୍ୟାନ କରିବା ଏବଂ ପରେ ଆକ୍ରୋଶମୂଳକ ଭାବେ ସମସ୍ତ ୧୪ ଜଣ କଂଗ୍ରେସ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିବା ଦୁର୍ଭାଗ୍ୟଜନକ କହି ସମାଲୋଚନା କରିଥିଲେ । ବିଧାନସଭା ପ୍ରାର୍ଥୀ ବିପ୍ରଚରଣ ସାହୁ, ବରିଷ୍ଠ ନେତା ପ୍ରେମ ଶଙ୍କର ମିଶ୍ର, ଜିତେନ୍ଦ୍ର ସାହୁ, ସରୋଜ ସତପଥି, ରାଜୀବ ଲୋଚନ ସିଂହଦେଓ, ସ୍ମିତା ରାଣୀ ସାମଲ, ଏଆଇସିସି ସଦସ୍ୟା ସମସୀଦା ତାଏବ, ଯୁବ କଂଗ୍ରେସ ସଭାପତି ଶୁଭମ୍ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ବଢୁଥିବା ନାରୀ ନିର୍ଯାତନାକୁ ନେଇ ବିଜେପିକୁ ତ୍ରୀବ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ନିଶାକର ସାହୁ, ଫକୀର ଚରଣ ବେହେରା, ରୁମେନା ବେଗମ୍, ଅଜିତାନନ୍ଦ ବିହାରୀଙ୍କ ସମେତ ଶତାଧିକ ମହିଳା କର୍ମୀ ଯୋଗଦାନ କରିଥିଲେ । ଶେଷରେ ଯୁବନେତା କୈଳାଶ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।