ଆଭିମୁଖୀକରଣ କାର୍ଯ୍ୟକ୍ରମ

 ପୁରୀ : ସ୍ଥାନୀୟ ପୌରସଦନ ଠାରେ ଜିଲ୍ଳା ଶିକ୍ଷାଧିକାରୀ ଦୀପକ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଜିଲ୍ଳାସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଆଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୨୦୨୪-୨୦୨୫ ବାର୍ଷିକ ପରୀକ୍ଷାରେ ଏୱାନ ଗ୍ରେଡ଼ରେ ପାସ୍ କରିଥିବା ୩୬ଜଣ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଓ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ, ଏଟୁ ଗ୍ରେଡ଼୍ରେ ପାସ୍ କରିଥିବା ୩ଜଣ, ୬ଜଣ ପି.ଇ.ଟି ଶିକ୍ଷକ ଓ ସ୍ପୋର୍ଟ୍ସର ୭ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତ୍ୟେକ ସପ୍ତାହରେ ଭର୍ଚୁଆଲ ବୈଠକ ଜରିଆରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ବେସିକ୍ ଟେଷ୍ଟ ଓ ଦକ୍ଷତା ବ୍ଲକ ଶିକ୍ଷାଧିକାରୀଙ୍କ ତତ୍ତ୍ୱାବଧାନରେ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସାମର୍ଥା ଓ ଭବରଂଗ ପ୍ରଧାନ ଏବଂ ପ୍ରତ୍ୟେକ ବ୍ଲକର ଶିକ୍ଷାଧିକାରୀମାନେ ଯୋଗଦାନ କରିଥିଲେ ।