ପଞ୍ଚାୟତ ସମିତି ବୈଠକ
ସୋର : ସୋର ବ୍ଲକ ସଭାଗୃହରେ ୬ଷ୍ଠ ତମ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ଅନୁସୟା ମଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ସୋର ବିଧାୟକ ମାଧବ ଧଡା, ସୋର ତହସିଲଦାର ଦୈତାରୀ ମଲ୍ଲିକ, ସୋର ବିଡିଓ ସତ୍ୟନାଥ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଜୟରାମ ଦାସ, ଜୟନ୍ତ ସ୍ୱାଇଁ, ସାଂସଦଙ୍କ ବ୍ଲକ ପ୍ରତିନିଧି ଦୀପ୍ତିକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଭତ୍ତା, ପଶୁ ପାଳନ ଏବଂ ବ୍ଲକରେ ବିଭିନ୍ନ ସମସ୍ୟା, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ବୈଠକରେ ୨୪ ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟସଭ୍ୟା ଏବଂ ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକକୁ ବ୍ଲକର କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।