ବ୍ୟବସାୟୀଙ୍କ ବିୟୋଗ
ସାଲେପୁର : ସାଲେପୁର ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ପ୍ରଦୀପ୍ତ କୁମାର ଦାସ(୫୫)ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ହଠାତ୍କାଲି ରାତିରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଂଗେ ସଂଗେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ତାଙ୍କର ମୃତୁ୍ୟ ଖବର ପ୍ରଚାରିତ ହେବାପରେ ଶୋକର ଛାୟା ଖେଳିଯାଇଛି । ଆଜି ଗ୍ରାମଶ୍ମଶାନ ସୁନ୍ଦରଖାଁରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ତାଙ୍କର ଏକମାତ୍ର କନ୍ୟା ଡା.ତ୍ରିଶାଜ୍ୟୋତି ଦାସ ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ତାଙ୍କର ମୃତୁ୍ୟ ଶଯ୍ୟା ନିକଟରେ ପରିବାର ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ମୃତୁ୍ୟରେ ତାଙ୍କର ବନ୍ଧୁ ଶ୍ରୀକାନ୍ତ ପଣ୍ଡା, ପ୍ରତାପ କୁମାର ମହାନ୍ତି, ନରେଶ ଚନ୍ଦ୍ର ଭୂୟାଁ, ମାନସ କୁମାର କର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଉଲ୍ଲେଖ ଯେ, ସାଲେପୁର ଥାନାରୋଡ୍ରେ ରହୁଥିବା ପ୍ରଦୀପ୍ତ କୁମାର ଦାସ ଜଣେ ସାଲେପୁର ଅଞ୍ଚଳର ସୁନାମଧନ୍ୟ ମେଡ଼ିସିନ୍ ବ୍ୟବସାୟୀ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ।