ଜିଲ୍ଲାରେ ୯୩ହଜାର ଉପଭୋକ୍ତାଙ୍କ ପତ୍ତା ମିଳୁନି

 କଟକ : କଟକ ଜିଲ୍ଲାର ସମସ୍ତ ୧୪ଟି ଯାକ ବ୍ଲକରେ ରହିଥିବା ଖାଉଟି ସାମଗ୍ରୀ ଉପଭୋକ୍ତାଙ୍କ ମଧ୍ୟରେ ଗତକାଳି ସୁଦ୍ଧା ପ୍ରାୟ ୯୩ହଜାର ୩୬୫ଜଣ ଉପଭୋକ୍ତା ସେମାନଙ୍କ ଅଞ୍ଚଳରେ ନିଯୁକ୍ତି ଥିବା ଡିଲରମାନଙ୍କ ପାଖରେ ଇ-କେୱାଇସି ଦାଖଲ କରିନାହାନ୍ତି । ରାଜ୍ୟ ସରକାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଇ-କେୱାଇସି ଯୋଜନା ପ୍ରଣୟନ କରିଥିଲେ । ପ୍ରଥମେ ୩ ମାସ ପରେ ୬ ମାସ ଓ ୯ ମାସ ଅବଧି ବୃଦ୍ଧି କରିଥିଲେ ହେଁ, ବହୁ ଭୂତ ହିତାଧିକାରୀ କାର୍ଡ଼ରୁ କଟିଛନ୍ତି । ତଥାପି ଏବେ ଜିଲ୍ଲାରେ ପାଖାପାଖି ୯୩ହଜାରରୁ ଊଦ୍ଧ୍ୱର୍ ଉପଭୋକ୍ତା ଇ-କେୱାଇସି ଦାଖଲ କରିନାହାନ୍ତି । ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଯୋଗାଣ ବିଭାଗ ପକ୍ଷରୁ ୫ଲକ୍ଷ୧୧ହଜାର ୫୫୮ଟି ରେସନକାର୍ଡ଼ ଦିଆଯାଇ ୧୭ଲକ୍ଷ ୫୩ହଜାର ୪୯ଜଣଙ୍କୁ ଖାଉଟି ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ହେଲେ କାର୍ଡ଼ ଯାଞ୍ଚ ପରେ ବହୁ ଭୂତ ହିତାଧିକାରୀ କାର୍ଡ଼ରୁ କଟିଥିବାବେଳେ, ଏବେ ସୁଦ୍ଧା ୯୩ହଜାରରୁ ଊଦ୍ଧ୍ୱର୍ ହିତାଧିକାରୀ ସେମାନଙ୍କର ଇ-କେୱାଇସି ଦାଖଲ କରିନଥିବା ଜିଲ୍ଲା ଯୋଗାଣ ଅଧିକାରୀ ଚନ୍ଦ୍ର ଶେଖର ପାତ୍ର ସୂଚନା ଦେଇଛନ୍ତି ।