ଜବତ ସାଇଲେନ୍ସର ଉପରେ ଚଢିଲା ରୋଲର
ଭଦ୍ରକ : ମୋଡିଫାଇଡ଼ ସାଇଲେନ୍ସର ବ୍ୟବହାର କରୁଥିବା ଅମାନିଆ ମୋଟର ସାଇକେଲ ଆରୋହୀଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୁଲିସ । ଥାନା ପରିସରରେ ରୋଲର ଚଢାଇ ଭଙ୍ଗାଯାଇଛି ପ୍ରାୟ ୨୫୦ରୁ ଅଧିକ ଜବତ ହୋଇଥିବା ମୋଡିଫାଇଡ଼ ସାଇଲେନ୍ସର । ଏଭଳି ଘଟଣା ଦେଖା ଯାଇଛି ଭଦ୍ରକ ଟାଉନ ଥାନା ପରିସରରେ । ଗତ କିଛି ମାସ ହେବ ଭଦ୍ରକ ସହର ରେ କେତେକ ଅମାନିଆ ମୋଟର ସାଇକେଲ ଆରୋହୀ ନିଜ ନିଜ ମୋଟର ସାଇକେଲ ଓ ବୁଲେଟ ଗାଡି ରେ ମୋଡି ଫାଇଡ଼ ସାଇଲେନ୍ସର ଲଗାଇ ଭଦ୍ରକ ସହରାଞ୍ଚଳ ଗାଡି ଚଳାଉ ଥିଲେ । ଫଳରେ ସେହି ସାଇଲେନ୍ସରରେ ବାହାରୁ ଥିବା ବିକଟାଳ ଶବ୍ଦ ଯୋଗୁଁ ସହରରେ ଶବ୍ଦ ପ୍ରଦୂଷଣ ବଢିବା ସହିତ ଅନେକ ଲୋକ ଏହି ବିକଟାଲ ଶବ୍ଦ ଶୁଣି ଭୟଭୀତ ହୋଇ ଯାଉଥିଲେ । ତେଣୁ ଭଦ୍ରକ ଏସପିଙ୍କ ନିଦେ୍ର୍ଦଶ କ୍ରମେ ଭଦ୍ରକ ଟାଉନ ପୁଲିସ ପକ୍ଷରୁ ୨୫୦ରୁ ଅଧିକ ସାଇଲେନ୍ସର ଜବତ କରାଯାଇଥିଲା । ତାକୁ ଆଜି ଥାନା ପରିସରରେ ରୋଲର ଚଢାଇ ନଷ୍ଟ କରାଯାଇଛି ।