"ସମ୍ପର୍ଣ୍ଣା ମିଡ଼ିଆ ଏଣ୍ଟରଟେନମେଣ୍ଟ' ଲୋକାର୍ପିତ

 କଟକ : କଟକ ଜିଲ୍ଲା ଫୁଲନଖରା ଉପକଣ୍ଠ ତ୍ରିନାଥ ବଜାର ସ୍ଥିତ ସଂପୂର୍ଣ୍ଣା ମଲ ପରିସରରେ ସଂପୂର୍ଣ୍ଣା ମିଡ଼ିଆ ଏଣ୍ଟରଟେନମେଣ୍ଟ ଆଣ୍ଡ ପବ୍ଲିକେସନର ଉନ୍ମୋଚନ ଉସôବ,ସଂପୂର୍ଣ୍ଣା ମଲ ପକ୍ଷରୁ ଲକି ଡ୍ର କୁପନ୍ ଉଠାଣ ସହ ବିଜେତାଙ୍କୁ ପୁରସ୍କାର ବଣ୍ଟନ ଏବଂ ସାମାଜିକ ସଂଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେବା ସମ୍ମାନ ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି  । ଟ୍ରଷ୍ଟ ସଂଯୋଜକ ଇଂ.ସେବକ ଶ୍ରୀକାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ  ସଭାରେ ମୁଖ୍ୟ ଅତିଥି ଭାବେ ମିଳିତ ଜାତିସଙ୍ଘ ସଦସ୍ୟ ଭାରତ ଡ଼କ୍ଟର ଦ୍ୱୀପାୟନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ପ୍ରତିଷ୍ଠାତା ଜାଭା ଟେକ୍ନୋଆର୍ଟ ଶିକ୍ଷାବିତ୍ ରଶ୍ମିକାନ୍ତ ଦାସ,ବିଶିଷ୍ଠ ସମାଜସେବୀ ସନାତନ ପରିଜା, ପାଲାକାର ଯୁଧୁଷ୍ଠିର ପରିଜା, ମୁଖ୍ୟ ଉପଦେଷ୍ଟା ସଂପୂର୍ଣ୍ଣା ଗୃପ ବଲ୍ଲଭ ଚରଣ ରାଉତ, ଉପଦେଷ୍ଟା ସଂପୂର୍ଣ୍ଣା ମଲ ବିଦୁ୍ୟତ ରଞ୍ଜନ ମହାନ୍ତି, ଶିକ୍ଷାବିତ୍ ପ୍ରାଧ୍ୟାପକ ଡକ୍ଟର କଲିମୁଲ୍ଲା, ସମାଜସେବୀ ଶିଶିର ଚନ୍ଦ୍ର ଦାସ,ସୁରେଶ ବିଶ୍ୱାଳ,ଇଂ.ବସନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ  । ସଂପୂର୍ଣ୍ଣା ଗୃପର ପ୍ରତିଷ୍ଠାତା ସମ୍ପାଦକ ଯୁବ ସମାଜସେବୀ ସନ୍ତୋଷ କୁମାର ରାଉତ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସାମ୍ୱାଦିକ ଶଶି ଭୂଷଣ ଚଇନି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ  ।