ଜମିଜମା ବିବାଦକୁ ନେଇ ମାରପିଟ୍, ଥାନାରେ ମାମଲା

ାା ପ୍ରଭାନୁ୍ୟଜ ।ା ସାଲେପୁର: ମିର୍ଜାପୁର ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ୨ଟି ପରିବାର ମଧ୍ୟରେ ମାରପିଟ୍ ହେବା ଘଟଣା ନେଇ ଉଭୟ ପକ୍ଷରୁ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ଜମିଜମା ବିବାଦକୁ କେନ୍ଦ୍ର କରି ସାଲେପୁର ଥାନା ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତ ମାତନଗର ଗ୍ରାମର ଜୟଗୁନ୍ ବିବି ଓ ଉକ୍ତ ଗ୍ରାମର ଅଜିମା ବିବିଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ପକ୍ଷରୁ ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ଉଭୟ ପକ୍ଷରୁ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଜୟଗୁନ୍ ବିବି ଓ ଅଜିମା ବିବିଙ୍କ ପରିବାର ମଧ୍ୟରେ ଜମିଜମାକୁ କେନ୍ଦ୍ର କରି ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ମାରପିଟ୍ ହେବା ସହ ଉଭୟ ପକ୍ଷରୁ ପରିବାରର ବହୁ ସଦସ୍ୟ ଆହତ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ସାଲେପୁର ପୁଲିସ ଉଭୟ ଏତଲାକୁ ଗ୍ରହଣ କରି ଘଟଣାର ତଦନ୍ତ ଚଳାଉଥିବା ଜଣାପଡିଛି ।