ନିଖୋଜ ସ୍ୱାମୀ ଘରକୁ ଫେରିଲେ

 କୁଆଖିଆ : ; ସାବିତ୍ରୀ ଦିନ ନିଖୋଜ ଥିବା ସ୍ୱାମୀ ଘରକୁ ଫେରିଲେ । କୁଆଖିଆ ଥାନା ଅଧିନ ବଲାଙ୍ଗି ଅଞ୍ଚଳର ଯୁବକ ବାପୁନ୍ ସାମଲ ସାବିତ୍ରୀ ଓଷା ଦିନ ନିକଟସ୍ଥ ପାନଦୋକନ୍କୁ ଆସି ତା ପରଠାରୁ କେଉଁ ଆଡେ ନିଖୋଜ ଥିଲେ । ପରିବାର ପକ୍ଷରୁ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ପରିବାର ଏବଂ ସ୍ଥାନୀୟ ଲୋକ ଏହାକୁ ନେଇ ଗତ ବୁଧବାର ଦିନ ଜେନାପୁର ନଠୁଆବର ରାସ୍ତା ଅବରୋଧ କରିଥିଲେ । ଏହି ଘଟଣାକୁ କୁଆଖିଆ ପୁଲିସ ଗୁରୁତ୍ୱର ସହ ନେଇ ତଦନ୍ତ କରୁଥିବା ବେଳେ ବନାରସର କାଶୀ ବିଶ୍ୱନାଥ ଅଞ୍ଚଳରୁ ଯୁବକକୁ ଠାବ କରିଥିଲା ପୁଲିସ । ଏପଟେ ସ୍ୱାମୀକୁ ପାଇ ଶୁଭଲକ୍ଷ୍ମୀଙ୍କ ସମେତ ପରିବାର ଖୁସିବ୍ୟକ୍ତ କରିବା ସହ ପୁଲିସ ନିକଟରେ କୃତଜ୍ଞତା ଜଣାଇଛନ୍ତି ।