ବିକଶିତ କୃଷି ସଂକଳ୍ପ ଅଭିଯାନ: ଗଡ଼ିଲା କୃଷିରଥ
ଚମ୍ପୁଆ : ଚମ୍ପୁଆ ବ୍ଲକ କୋଦଗାଡ଼ିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଜ୍ୟ କୃଷି ବିଭାଗ ଏବଂ କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱର ଆନୁକୂଲ୍ୟରେ "ବିକଶିତ କୃଷି ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ କୃଷି ଅଧିକାରୀ (ବିଏଓ) ସାରଦା ହାଁସଦାଙ୍କ ଅଧ୍ୟକ୍ଷତାରେ ଓ ସହକାରୀ କୃଷି ଅଧିକାରୀ ରମାମଣି ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଏବଂ ବିଶେଷଜ୍ଞ ଭାବେ କୃଷି ବୈଜ୍ଞାନିକ ଡକ୍ଟର ଅମ୍ରିତା ମହାପାତ୍ର, ଡକ୍ଟର ଅଙ୍କିତା ସାହୁ, ଉଦ୍ୟାନ କୃଷି ଅଧିକାରୀ ଏସ. ଶୁଭଲଷ୍ମୀ, ମତ୍ସ୍ୟ ଅଧିକାରୀ ସଞ୍ଜୟ ନାୟକ, ବରିଷ୍ଠ ବୈଷୟିକ ଅଧିକାରୀ ମନୋରଞ୍ଜନ ପୃଷ୍ଟି, ଦୀପକ ହେମ୍ବ୍ରମ, ମୃତ୍ତିକା ସଂରକ୍ଷଣ ଅଧିକାରୀ ବନମାଳୀ ପାତ୍ର, କୋଦଗାଡ଼ିଆ ସରପଞ୍ଚ ମଞ୍ଜୁଲତା ନାଏକ ପ୍ରମୁଖ ଯୋଗ ଦେଇ ବିକଶିତ ଭାରତକୁ ଆଗେଇ ନେବାପାଇଁ "ବିକଶିତ କୃଷି ସଂକଳ୍ପ ଅଭିଯାନ’ର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ବୁଝାଇଥିଲେ । ବିଭିନ୍ନ ପ୍ରକାର ଚାଷର ପରିଚାଳନା ଓ ଅଧିକ ଲାଭ ସମ୍ପର୍କରେ ବୁଝାଇଥିଲେ ।
ସବୁ ପ୍ରକାର ଚାଷର ସୁବିଧା ସୁଯୋଗ ପାଇବା ନିମନ୍ତେ ପ୍ରଥମେ ଫାର୍ମର ଆଇଡି, କୃଷକ ଓଡିଶାରେ ନିଜର ନାମ ପଞ୍ଜୀକରଣ କରି ପି. ଏମ କିଷାନ, ସିଏମ କିଷାନ ଯୋଜନାର ଫାଇଦା ନେବାକୁ ସହକାରୀ କୃଷି ଅଧିକାରୀ ରମାମଣି ସାହୁ ସୂଚନା ଦେଇଥିଲେ । ଏହି ଅବସରରେ କୃଷିରଥର ଶୁଭାରମ୍ଭ କରାଯାଇଥିଲା । କାଳିକାପ୍ରସାଦର ହୁଞ୍ଜପଶିରେ ମଧ୍ୟ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଉଭୟ କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇଥିଲେ ।