ରାମ ନବମୀ ପାଳିବ ହିନ୍ଦୁ ଏକତା ମଞ୍ଚ
ଯାଜପୁର ଟାଉନ : ଅପ୍ରେଲ ୬ତାରିଖ ଶ୍ରୀରାମନବମୀ ପାଳନ କରିବ ହିନ୍ଦୁ ଏକତା ମଞ୍ଚ । ମୋଟରଙ୍ଗାପାଳ ଠାରୁ ଏକ ଶୋଭାଯାତ୍ରା ବାହାରି କୁସୁମା ନିକଟ ପ୍ରଶାସନିକ ଭବନ ପଡ଼ିଆରେ ପହଁଚିବା ସହ ପ୍ରଭୁ ଶ୍ରୀରାମଙ୍କର ପ୍ରତିମୂର୍ତ୍ତି ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଖବରଦାତା ସମ୍ମିଳନୀରେ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ ଦ୍ୱାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାର କାର୍ଯ୍ୟକ୍ରମ ରହିଛି । ଏପରିକି ବିଶିଷ୍ଟ କଣ୍ଠଶିଳ୍ପୀ ଦ୍ୱାରା ଭଜନ ପରିବେଷଣ ଓ ଶ୍ରୀରାମଙ୍କ ଉପରେ ବାଲୁକା କଳା ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ହିନ୍ଦୁ ଏକତା ମଞ୍ଚର ସଭାପତି ଦୁର୍ଗା ଶଙ୍କର ବେହେରା, ସମ୍ପାଦକ ଜଗନ୍ନାଥ ସାମଲ, ମୁଖ୍ୟ ପରିଚାଳକ ରାଜେନ୍ଦ୍ର କୁମାର ରଣା ପ୍ରମୁଖ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ । ଖବରଦାତା ସମ୍ମିଳନୀରେ ସଂଗ୍ରାମ ବେହେରା, ପ୍ରଶାନ୍ତ ସେଠୀ, ଶ୍ରୀନିବାସ ସାହୁ, ଦୀପଙ୍କର ସାମଲ, ସତ୍ୟବାନ ସନ୍ଧିବିଗ୍ରହ, ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।