ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ
ବନ୍ତ: ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ଖଗେଶ୍ୱର ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ କାର୍ଯ୍ୟକ୍ରମ ଖଗେଶ୍ୱର ସରକାରୀ ଉପ୍ରା ସ୍କୁଲ ପରିସରରେ ନିପୁଣ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଜୟନ୍ତୀ ସାହୁଙ୍କ ସଭାପତିତ୍ୱରେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ହରେକୃଷ୍ଣ ଆପଟ୍ଟ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ, ସ୍ଥାନୀୟ ସରପଞ୍ଚ ସତ୍ୟଭାମା ଧଳ,ସମିତିସଭ୍ୟା ନିରୂପମା ରାଉତ, ଓଡଙ୍ଗ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପରମେଶ୍ୱର ପୃଷ୍ଟି, ସମାଜସେବୀ ସନ୍ତୋଷ ନାୟକ, ଖଗେଶ୍ୱର ବେହେରା,ସୁବାଷ ଚନ୍ଦ୍ର ପଣ୍ଡା, ଆନନ୍ଦ ଚନ୍ଦ୍ର ରାଉତ, ସୂର୍ଯ୍ୟମଣି ପାତ୍ର,ରାଜଶ୍ରୀ ନାୟକ, ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭରତ ଚନ୍ଦ୍ର ଓଝା,ପ୍ରଜ୍ଞାସ୍ମିତା ବାରିକ, ନିବେଦିତା ସାହୁ, ପୂଜାରାଣୀ ଖମାରି,ପ୍ରମୁଖ ଉପସ୍ଥିତରହି ରାଜ୍ୟ ସରକାର ଙ୍କ ଦ୍ୱାରା ନିପୁଣ ଓଡିଶା ଦ୍ୱାରା ଆମ ସଂସ୍କୃତି ଆମ ଖଳଣା କାର୍ଯ୍ୟକ୍ରମ ହେବା ଫଳରେ ଭାଷା ଜ୍ଞାନ, ପରିବେଷ, ଚିତ୍ର, ବିଜ୍ଞାନ ବିଷୟରେ ଅଧିକ ଜ୍ଞାନ ଆହାରଣ କରି ପାରିବେ ଛାତ୍ର ଛତ୍ରୀ ବୋଲି ଅତିଥି କହିଥିଲେ । ଏହି ଆଞ୍ଚଳିକ ସାଧନ କେନ୍ଦ୍ର ତତ୍ୱାବଧାନରେ ଥିବା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନସ୍ତରୀୟ ୬ ଟି ବିଦ୍ୟାଳୟର ୪ ଟି ଷ୍ଟଲରେ ୬୦ ରୁ ଅଧିକ ପ୍ରକଳ୍ପ ପ୍ରଦଶିତ ହୋଇଥିଲା ।ଏହା ବିଭିନ୍ନ ଶୈକ୍ଷିକ ଶିକ୍ଷାଦାନ ଉପରେ ପ୍ରଦର୍ଶିତ ହୋଇଥିଲା । ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସ୍ୱାଗତ ସଂଗୀତ ପରେ ଅତିଥି ପରିଚୟ ଗୋବିନ୍ଦ ଚନ୍ଦ୍ର ରାଉତ, ଧନ୍ୟବାଦ ଅର୍ପଣ ଅନିରୁଦ୍ଧ ଜେନା ପ୍ରଦାନ କରିଥିଲେ । ସ୍ମିଧା ନାୟକ, ବଳରାମ ଜେନା, ଆରତୀ ସେଠି, ଅନିମା ଦାସ, ଅନୁସୟା ବାରିକ, ଗୋପବନ୍ଧୁ ସାହୁ, ଶ୍ରୀରାମ ରଘୁ ପ୍ରମୁଖ ଉପସ୍ଥିତ ଥିଲେ ।