ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ୨୪ ଜଣ ଶିକ୍ଷକଙ୍କ ବଦଳି ହୋଇଛି । ମଙ୍ଗଳବାର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବଦଳି ତାଲିକାରେ ୨୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଛି । ସେଥିମଧ୍ୟରୁ ୧୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜଣେ ମାତ୍ର ଶିକ୍ଷକ ଥିବା ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି । ଅନ୍ୟ ୧୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବଳକା ଥିବା ବିଦ୍ୟାଳୟରୁ ଶିକ୍ଷକ ଅଭାବ ଥିବା ବିଦ୍ୟାଳୟକୁ ବଦଳି କରାଯାଇଛି ବୋଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।