ଭିଜିଲାନ୍ସ ହାତରେ ପଟ୍ଟାମୁଣ୍ଡାଇ ଜେଇ 

ଭିଜିଲାନ୍ସ ହାତରେ ପଟ୍ଟାମୁଣ୍ଡାଇ ଜେଇ 

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ରତନେଶ ପାଣ୍ଡେଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ ଓ ଠକେଇ ଅଭିଯୋଗରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ । ୨୦୨୩-୨୪ ଆର୍ଥିକ ବର୍ଷରେ ଷ୍ଟ୍ରିଟ ଲାଇଟ୍‌ ବିଦ୍ୟୁତକରଣ ପ୍ରକଳ୍ପରେ ଅର୍ଥ ଆତ୍ମସାତ କରିଥିଲେ । ପଞ୍ଚାୟତ ଉନ୍ନୟନ ପାଣ୍ଠିରୁ ୯.୭ ଲକ୍ଷ ଟଙ୍କା ପିପିଲିସ୍ଥିତ ଏସବିଆଇ ଶାଖାରେ ଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରକରିଥିଲେ ।  

    ଜେଇଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ଏବଂ ୧୩(୧)(କ)/୧୨ ସହିତ ଆଇପିସି ଧାରା ୪୦୯ ଏବଂ ୧୨୦-ବି ସହିତ ଏକ ମାମଲା ରୁଜୁ କରାଯାଇଛି । ତେବେ ତାଙ୍କୁ କଟକର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯିବ ବୋଲି ସୂଚନା ମିଳିଛି ।