ଏଏସ୍ଆଇ ସସ୍ମିତା ମଙ୍ଗରାଜ ସମ୍ବର୍ଦ୍ଧିତ

 ଓଡିଶା ପୁଲିସର ୯୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଯାଜପୁର ଆରକ୍ଷୀ ଅଧିକ୍ଷକ ୟସ ପ୍ରତାବଶ୍ରୀମାଲ ବିଞ୍ଝାରପୁର ଥାନା ଏ ଏସଆଇ ସସ୍ମିତା ମଙ୍ଗରାଜଙ୍କୁ ଜିଲା ସ୍ତରୀୟ ସର୍ବୋତମ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ କରିଛନ୍ତି । ଏଏସଆଇ ସସ୍ମିତା ଜନ ସମ୍ପର୍କ ସୃଷ୍ଟି କରିବା, ବୃତିଗତ ପାରିଦର୍ଶିତା, ସ୍ୱଚ୍ଛତା, ନିଷ୍ଠାପରତା, ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଦଳଗତ କାର୍ଯ୍ୟ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଉନ୍ନତି ଆଣିବା ସହିତ ଥାନାକୁ ଶ୍ରେଷ୍ଠ ଥାନା ଭାବରେ ପହଁଚାଇ ପୁରସ୍କାର ପାଇ ପୁଲିସର ଭାବମୂର୍ତିକୁ ଉଚ୍ଚରେ ପହଁଚାଇଥିବାରୁ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପାଣିକୋଇଲି ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ସସ୍ମିତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।