ହନୁମାନ ମନ୍ଦିରରେ ଶ୍ରୀରାମନବମୀ ଉତ୍ସବ

 ସାଲେପୁର : ସାଲେପୁର ବ୍ଲକ୍ ଅନ୍ତର୍ଗତ ରଟିଲୋ ପଞ୍ଚାୟତର ରଟିଲୋ ଗ୍ରାମରେ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ବିଜେସ୍ଥଳୀରେ ବିଶ୍ୱକଲ୍ୟାଣ ଉଦେ୍ଦଶ୍ୟରେ ଚତୁର୍ଦ୍ଦଶତମ ବାର୍ଷିକ ରାମନବମୀ ମହୋତ୍ସବ ୧୦ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ସୁଜାତା ପଣ୍ଡାଙ୍କ ସଂଯୋଜନାରେ ଏହି ଅବସରରେ ମାତୃମଣ୍ଡଳୀମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା, ଯଜ୍ଞ କର୍ମ, ଶ୍ରୀରାମ ଚରିତ ମାନସ ପାରାୟଣ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବା ସହିତ ପଣ୍ଡିତ ପ୍ରଦୀପ୍ତ କୁମାର ଦ୍ୱିବେଦୀ ଯଜ୍ଞକର୍ମ ସମ୍ପନ୍ନ କରିଥିବାବେଳେ ପଣ୍ଡିତ ସନ୍ତୋଷ କୁମାର ଶତପଥୀ ସମସ୍ତ ପୂଜାକର୍ମ ଚଳାଇଥିଲେ । ଏଥିରେ ଅତିଥି ଭାବେ ପରମହଂସ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ, ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ, ସ୍ୱାମୀ ଅଦୈତାନନ୍ଦ ସରସ୍ୱତୀ, ସ୍ୱାମୀ ନିଜବୋଧାନନ୍ଦ ସରସ୍ୱତୀ ଉକ୍ତ ଉତ୍ସବରେ ଯୋଗଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ । ପଣ୍ଡିତ ରଘୁନାଥ ନନ୍ଦ ବ୍ୟାସ କାର୍ଯ୍ୟ ସଂପାଦନ କରିଥିବାବେଳେ ପ୍ରଫେସର ଶରତ କୁମାର ରାଉତରାୟ, କଥାରତ୍ନ ପଣ୍ଡିତ ଜ୍ଞାନରଞ୍ଜନ ଜେନା, ପଣ୍ଡିତ ନିରାକାର ଗାହାଣ, କବି କସ୍ତୁରୀ ଦିଲ୍ଲୀପ ଶ୍ରୀଚନ୍ଦନ, ଶ୍ରୀରାମ ଚରିତ ମାନସ ଗ୍ରନ୍ଥର ପ୍ରବଚନ ପ୍ରଦାନ କରିଥିଲେ । ପଞ୍ଚମୁଖୀ ହନୁମାନ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ତ୍ରୈଲୋକ୍ୟନାଥ ପଣ୍ଡା, ସମ୍ପାଦକ ରୋମିଓକାନ୍ତ ନନ୍ଦ, ଉପାଧ୍ୟକ୍ଷ ସୁଦର୍ଶନ ପଣ୍ଡା, ଉପଦେଷ୍ଟା ଭାବଗ୍ରାହୀ ପଣ୍ଡା, ପ୍ରସନ୍ନ କୁମାର ପ୍ରଧାନ, ଅଶୋକ ପଣ୍ଡା, ଶିଳ୍ପୀ ସନ୍ତୋଷ ବେହେରା, ଗଣେଶ ବଜାର କମିଟି ସଭାପତି ଅଜୟ କୁମାର ସାହୁ, ମହାବୀର ବଜାର କମିଟି ସଭାପତି ବାବୁଲି ଚରଣ ବେହେରା, ପଞ୍ଚମୁଖୀ ଯାତ୍ରା କମିଟି ସଭାପତି କେଦାରଶନ ସାହୁ, ଶାରଦା ପ୍ରଧାନ, ସୁକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଭିନ୍ନ ଭିନ୍ନ ଦିବସରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବିଜେପି ନେତା ଅରିନ୍ଦମ ରାୟ, ସମାଜସେବୀ ହିମାଂଶୁ ମହାନ୍ତି, ଧୃବଚରଣ ମହାନ୍ତି ଉପସ୍ଥିତ ଥିଲେ ।