ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉକ୍ତ ଘଟଣାରେ ମୁଁ ଦୁଃଖ ପ୍ରକାଶ ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା। ରାଣିପେଣ୍ଠଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୌଡ଼ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀମାନେ ହଠାତ ତଳେ ପଡ଼ି ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।n ସେଠାରେ ଡାକ୍ତର ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆହତମାନେ ହେଲେ ପାରଳାଖେମୁଣ୍ଡିର ପି.ବାବୁଜୀ, ଗୁମ୍ମାର ଅର୍ଫନ ପାଣି, ଗୋଷାଣୀର ସଞ୍ଜୟ ଶବର, କାଶୀନଗର ର. ବାଳକୃଷ୍ଣ ଲିମ୍ମା, ନାରାୟଣପୁରର ଦୀପକ ପାଡାଲ, ଗୁରାଣ୍ଡିର ଶିବ ପ୍ରସାଦ ମହାପାତ୍ର। ଅନ୍ୟ ୨ଜଣ ଆହତଙ୍କ ପରିଚୟ ମିଳିପାରିନାହିଁ।