ଖୋଲିବ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡ ଗୁମର

ାା ପ୍ରଭାନୁ୍ୟଜ ।ା ଯାଜପୁର : ଖୋଲିବ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡ ଗୁମର ପେଡ଼ି । ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତଙ୍କ ହୃତକମ୍ପନ ବଢିଯାଇଛି । କିଛି ବିଜେପି ନେତା ମନ୍ତ୍ରୀଙ୍କୁ ଭେଟି ପିଇଓ ସ୍ମିତାରାଣୀ ହତ୍ୟା ଘଟଣାର ପୁନଃ ତଦନ୍ତ ଦାବି କରିବା ଉପରେ ମତ ଦେଇ ସରକାର ଯଥା ଯୋଗ୍ୟ ନିଷ୍ପତି ନେବାର ପ୍ରତିଶ୍ରୁତି ଦେବା ପରେ ଏଭଳି ଚର୍ଚା ଧର୍ମଶାଳାରେ ଖେଳିଯାଇଛି ।
ସୋମବାର ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଂଯୋଜକ ରାକେଶ ନାୟକ, ଯାଜପୁର ଜିଲା ଓବିସି ମୋର୍ଚ୍ଚା ଉପସଭାପତି ମାନସ ରଞ୍ଜନ ନାୟକ, କୋତପୁର ମଣ୍ଡଳ ବିଜେପି ସଭାପତି କୁଳମଣି ନାୟକ, ଜରକା ମଣ୍ଡଳ ସଭାପତି ନୀଳମଣି ଦାସଙ୍କ ସମେତ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ମନ୍ତ୍ରୀଙ୍କ ନୀଳକଣ୍ଠ ନଗର ବାସଭବନରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ମନ୍ତ୍ରୀଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ପାଞ୍ଚବର୍ଷ ତଳର ବହୁ ଚର୍ଚ୍ଚିିତ ସ୍ମିତାରାଣୀ ହତ୍ୟା ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ନିବେଦନ କରିଥିଲେ । ହେଲେ ମନ୍ତ୍ରୀ ବିଜେପି କାର୍ଯ୍ୟକର୍ତାଙ୍କ ଦାବିକୁ ଗ୍ରହଣ କରି ସ୍ମିତାରାଣୀ ହତ୍ୟାର ଗୁମର ପେଡ଼ି ଖୋଲିବାକୁ ମାମଲାକୁ ରି-ଓପନ କରାଯିବ ବୋଲି ଦେଇଥିଲେ ପ୍ରତିଶୁତି । ଖବର ଥାଉକି ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତରଣୀ ବିଶ୍ୱାଳ(୩୫)ଙ୍କ ମୃତୁ୍ୟ ୨୦୧୯ ମସିହା ଅକ୍ଟୋବର୧୬ତାରିଖରେ ଘଟିଥିଲା । ତାଙ୍କ ଝୁଲନ୍ତା ଶବ ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ର ଅତିଥି ଭବନରୁ ଉଦ୍ଧାର ହୋଇଥିଲା । ପିଇଓ ନିଜ ଓଢଣୀରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ସଫେଇ ଦିଆଯାଇଥିଲା । ସ୍ମିତାରାଣୀ ୧୫ତାରିଖରେ ହୀତାଧୀକାରୀଙ୍କୁ ଭତ୍ତା ବାଣ୍ଟିଥିଲେ ଓ ଅବଶିଷ୍ଟ ହୀତାଧିକାରିଙ୍କୁ ଭତ୍ତା ବାଣ୍ଟିବାକୁ ତହିଁପରଦିନ ଯାଇଥିଲେ । ସରପଞ୍ଚଙ୍କ ସ୍ୱାମୀ ରୁପେସ ସ୍ମିତାରାଣୀଙ୍କ ମୃତ ଦେହକୁ ଧର୍ମଶାଳା ମେଡିକାଲକୁ ଧରି ଆସିଥିଲେ ହେଁ ପୁଲିସ ମୃତ ଘୋଷଣା କରିଥିଲେ । ସ୍ମିତାରାଣୀଙ୍କୁ ମୃତୁ୍ୟକୁ ପ୍ରଥମେ ଆତ୍ମହତ୍ୟା ରୂପ ଦିଆଯାଇଥିଲେ ହେଁ ପୁଲିସ ପରଦିନ ଘଟଣାରେ ରୂପେସଙ୍କୁ ଗିରଫ କରି ଜେଲ ପଠାଇଥିଲା । ମାମଲାରେ ଶାସକ ଦଳର ସଂପୃକ୍ତି ଦାବି କରି ବିରୋଧୀ ବିଜେପି ମାସାଧିକ କାଳ ଏହି ହତ୍ୟା ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ତୁମ୍ବି ତୋଫାନ କରିଥିଲା । ମାମଲାରେ ରାଜ୍ୟ ମହିଳା କମିସନ ତଦନ୍ତ କ୍ରାଇମବ୍ରାଞ୍ଚ କରିବାକୁ ସୁପାରିଶ୍ କରି ପୁଲିସ ତଦନ୍ତ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଥିଲେ । ସ୍ମିତାରାଣୀଙ୍କ ମୃତୁ୍ୟ ପଛରେ ହତ୍ୟାର ଷଡ଼ଯନ୍ତ୍ର ରହିଥିବାର ଅଭିଯୋଗ ଭିତରେ ସେ ସମୟର ଯାଜପୁର ଏସପି ଚରଣ ସିଂ ମୀନାଙ୍କ ଏକ ବିବାଦିୟ ବୟାନ ରାଜ୍ୟ ରାଜନୀତିରେ ତୁମ୍ବିତୁଫାନ ସୃଷ୍ଟି କରିଥିଲା । ଯାହାକୁ ନେଇ ବିଜେପି ଯାଜପୁର ବନ୍ଦ ଏସପିଙ୍କ ନାମରେ ଥାନାରେ ଏତଲା କରିଥିବା ବେଳେ କଂଗ୍ରେସ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଉଭୟ ଦଳ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ବିଜେପି ସ୍ମିତାରାଣୀ ମୃତୁ୍ୟକୁ ଏକ ପ୍ରସଙ୍ଗ କରିଥିଲା । ସେସମୟର ଏବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀ, ବିଧାୟକ ସୁକାନ୍ତ ନାୟକ, ମୁକେଶ ମହାଲିଙ୍ଗ, ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଧର୍ମଶାଳା ବିଜେପି ନେତା ରମେଶ ପରିଡା, ବିଜେପି ସାସଂଦ ପ୍ରାର୍ଥୀ ଅମୀୟ ମଲିକ, ଅମର ନାୟକ, ଜିଲ୍ଳା ସଭାପତି ଗୌତମ ରାୟ, ପୁର୍ବତନ ସଭାପତି ପବିତ୍ର ମୋହନ ଦାଶ, ଜିଲ୍ଳା ମହିଳା ମୋର୍ଚା ସଭାନେତ୍ରୀ ବବିତା ମଲିକ ପ୍ରମୁଖ ଚୋରାମୁହାଁରେ ସ୍ମିତାରାଣିଙ୍କ ପରିବାରକୁ ଭେଟିବା ସହ ଗେଷ୍ଟ ହାଉସ ନିକଟକୁ ଯାଇ ଅନୁଧ୍ୟାନ କରି ଫେରିଥିଲେ । ଏଥିସହ ଏହି ଘଟଣାରେ ସିବିଆଇ ତଦନ୍ତ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ମଧ୍ୟ କରାଯାଇଥିଲା । ପ୍ରବଳଚାପ କାରଣରୁ ମାସକ ପରେ ଘର ଓ ସରକାରୀ କାର୍ଯ୍ୟାଳୟ ଆଲମିରା ଭାଙ୍ଗି ନଥିପତ୍ର ଅକ୍ତିଆର କରିଥିଲା ପ୍ରଶାସନ । କିନ୍ତୁ ପୁଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା ସ୍ମିତାରାଣୀଙ୍କ ସ୍ୱାମୀ ସୁଶିଲ ବିଶ୍ୱାଳ ଓ ଶ୍ୱଶୁର ସିବିଆଇ ତଦନ୍ତ କରିଥିଲେ ହେଁ କେହି କିଛି ଶୁଣିନଥିଲେ ।