ଜଙ୍ଗଲରୁ ଜବରଦଖଲ ଉଚ୍ଛେଦ

 ନବରଙ୍ଗପୁର : ଝରିଗାଁ ବନାଞ୍ଚଳ ଅଧୀନରେ ଥିବା ହାତିବାଡ଼ି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜବରଦଖଲ କରି ନିର୍ମାଣ ଘରକୁ ବନ ବିଭାଗ ପକ୍ଷରୁ ଭଙ୍ଗା ଯାଇଛି । ଘଟଣାରେ ବାସଚୁ୍ୟତ ପରିବାର ତରଫରୁ ନବରଙ୍ଗପୁର ଆସି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ବର୍ତ୍ତମାନ ଖରା ବର୍ଷା ଲାଗି ରହିଥିବାରୁ ଉଚ୍ଛେଦ ହୋଇଥିବା ପରିବାରଙ୍କ ଛୋଟ ଛୋଟ ଛୁଆଙ୍କୁ ଧରି ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ତେଣୁ ଏହି ଲୋକଙ୍କୁ ବାସ ଗୃହ ଯୋଗାଇ ଥଇଥାନ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି । ନଚେତ ଆଗାମୀ ଦିନ ରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି  ।