ନିଯୁକ୍ତି ମେଳାରେ ୪୪୯ ଚୟନ
ପୁରୀ : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଳା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ପୁରୀ ଆଇଟିଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୧୭୫ ଜଣ ଆଶାୟୀ ପଞ୍ଜିକରଣ କରିଥିବା ବେଳେ ୪୪୯ ଜଣ ବିଭିନ୍ନ କମ୍ପାନୀମାନଙ୍କରେ ନିଯୁକ୍ତି ପାଇଁ ଚୟନ କରାଯାଇଛି । ଏତଦ୍ବ୍ୟତୀତ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାମାନେ ମଧ୍ୟ ୩୬୦ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ନିଯୁକ୍ତି ଦେବା ପାଇଁ ମନୋନୀତ କରିଥିଲେ । ଅନୁଷ୍ଠିତ ନିଯୁକ୍ତି ମେଳାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ ଓ ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପି୍ରୟରଂଜନ ପୃଷ୍ଟି ଉଦ୍ଘାଟନ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ମଡ଼େଲ କ୍ୟାରିଅର ସେଣ୍ଟରର ୟଙ୍ଗ ପ୍ରଫେସନାଲ ନିରାକାର ପ୍ରଧାନ, ସିଏମ୍ ଫେଲୋ ମି.ସଞ୍ଜୁ, ପୁଷ୍ପଲତା ପ୍ରଧାନ, ବାମଦେବ ସାହୁ, ସରକାରୀ ଆଇଟିଆଇର ଏଟିଓ ତାପସ କୁମାର ଖିଲାର, ତୁଷାରକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଆଶାୟୀ ପ୍ରାର୍ଥୀମାନଙ୍କୁ ଉପଯୋଗୀ ପରାମର୍ଶ ଦେଇଥିଲେ । ପରେ ସମସ୍ତ ଅତିଥି ନିଯୁକ୍ତି ମେଳା ପରିଦର୍ଶନ କରିବା ସହ ବିଭିନ୍ନ ନିଯୁକ୍ତିଦାତା କମ୍ପାନୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିଷ୍ଠିତ ୫୦ଟି ବେସରକାରୀ ସଂସ୍ଥାର ନିଯୁକ୍ତି ଦାତାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।