ବିଜେଡିର ମିଶ୍ରଣ ପର୍ବ ,ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ମୀ
କାକଟପୁର, : କାକଟପୁର ନିବାଚିତ ମଣ୍ଡଳୀ ଅଧିନସ୍ଥ କଟକଣା ପଞ୍ଚାୟତରେ ଥିବା ଆଜମପୁର ଭାଇଜି ମଣ୍ଡପ ଠାରେ ବିଜେଡିର ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ କଟକଣା, ଭଣ୍ଡାଘର ଓ ଲତାହରଣ ପଞ୍ଚାୟତର ପ୍ରାୟ ୪ଶହରୁ ଉଦ୍ଧ୍ୱର୍ କଂଗ୍ରେସ ଓ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଆଜାଦ ସଂଗଠନ ଦ୍ୱାରା ପରି·ଳିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା, ମୁଖ୍ୟବକ୍ତା ଭାବେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧକ୍ଷ ଜୋର୍ତିମୟ ଦଳାଇ, କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣନାଥ ମଲ୍ଲିକ, ଯୁବନେତା ହିମାଂଶୁ ଭୂଷଣ ଦୀକ୍ଷିତି, ପ୍ରଦୀପ୍ତ କୁମାର ଦୀକ୍ଷିତି, ଶିବ ପ୍ରସାଦ ପାତ୍ର ପ୍ରମୁଖଙ୍କ ଉପସ୍ଥିତରେ ଆଜାଦ ସଂଗଠନର ଫାଉଣ୍ଡର ପ୍ୟାରୁ ମହମ୍ମଦଙ୍କ ନେତୃତ୍ୱରେ ୩ ଗୋଟି ପଞ୍ଚାୟତର ଯୁବ ସଂଗଠକ ରାକେଶ କୁମାର, ତନୁ ଖାଁ, ଶେଖ ମୋସିମ କମଲ, ତାଲିବ ଖାଁ, ଲା‡ୁ, ଶେହାଜ, ରାଜା, ନୁରା, ୟାଶୀର, ଆକିବ, ରାକୁ, ସାକିଲ, ସରୱାରଙ୍କ ସମେତ ୪ଶହରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଥିଲେ । ସମସ୍ତ କର୍ମୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ । ସମସ୍ତ କର୍ମୀ ମନ୍ତ୍ରୀ ଶ୍ରୀ ବେହେରାଙ୍କ ହାତମୁଠାକୁ ଟାଣ କରିବା ସହିତ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ରଥକୁ ଆଗକୁ ନେବାପାଇଁ ଶପଥ ନେଇଥିଲେ ।