ଆଉଟୁ ପାଉଟୁ ହେଉଛନ୍ତି ହାଟର କ୍ରେତା ଓ ବିକ୍ରେତା
କାକଟପୁର: କାକଟପୁର ବ୍ଲକ ଅଧିନସ୍ଥ କୁଣ୍ଢେଇହାଟ ଠାରେ ସପ୍ତାହ ର ସୋମବାର ଓ ଗୁରୁବାର ସାପ୍ତାହିକ ହାଟ ବସିଥାଏ । ଏହି ହାଟ ଉପରେ ଆଖପାଖ ଅଞ୍ଚଳର ପ୍ରାୟ ୫ ହଜାର ଜନସାଧାରଣ ଓ ଶହ ଶହ ପାନ ·ଷୀ ନିର୍ଭର କରିଥାନ୍ତି । ଆଖପାଖ ଅଞ୍ଚଳର ହଜାର ହଜାର ·ଷୀ ସେମାନଙ୍କର ଅର୍ଥକାରୀ ଫସଲକୁ ଏହି ହାଟରେ ବିକ୍ରି କରି ସେମାନଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି । ଶହ ଶହ ପରିବାର ମଧ୍ୟ ଏହି ହାଟରୁ ନିଜ ·ହିଦା ମୁତାବକ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିଥାନ୍ତି ।ଏହି ହାଟ ଟି କାହିଁ କେତେ କାଳରୁ ·ଲି ଆସୁଥିଲେ ମଧ୍ୟ ହାଟର ସେଭଳି ଆଖିଦୃଶିଆ ଉନ୍ନତି ହୋଇପାରି ନଥିବା ଦେଖିବାକୁ ମିଳିଛି । ଏହି ହାଟ ଟି ଉଭୟ କୁଣ୍ଢେଇ ଓ ଛୋଟରାୟପୁର ୨ ଗୋଟି ମୌଜା କୁ ନେଇ ଗଠିତ । ଅପରପକ୍ଷରେ ହାଟରେ ବ୍ୟବସାୟୀ ମାନଙ୍କ ପାଇଁ ପିଣ୍ଡି ର୍ନିମାଣ ହୋଇଥିଲେ ମଧ୍ୟ ପିଣ୍ଡି ଗୁଡ଼ିକ ଖୋଲା ଆକାଶ ତଳେ ରହିଛିୟ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ହାଟକୁ ଜିନିଷପତ୍ର ବିକ୍ରି କରିବାକୁ ଆସୁଥିବା ·ଷୀ,ବ୍ୟବସାୟୀ ଓ ଜିନିଷପତ୍ର କିଣିବାକୁ ଆସୁଥିବା ଲୋକ ମାନେ ପ୍ରବଳ ଖରା ରେ ଆଉଟୁ ପାଉଟୁ ହୋଇ ସିଝୁଛନ୍ତି । ବ୍ୟବସାୟୀ ମାନଙ୍କ ଠାରୁ ଦେୟ ଅସୁଲ କରାଯାଉଥିଲେ ମଧ୍ୟ ହାଟ ର କୌଣସି ସ୍ଥାନରେ ଜଳଛତ୍ର ଖୋଲା ଯାଉନାହିଁ । ଫଳରେ ହାଟକୁ ଆସୁଥିବା ଉଭୟ କ୍ରେତା ଓ ବିକ୍ରେତା ପାଣି ଟୋପାଏ ପିଇବାକୁ ଡହଳ ବିକଳ ହେଉଛନ୍ତି । ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ପ୍ରଭାତୀ ରାଉତଙ୍କୁ ପ·ରିବାରେ ଏହି କୁଣ୍ଢେଇ ହାଟକୁ ଆଦର୍ଶ ହାଟରେ ପରିଣତ କରିବା ପାଇଁ ସରକାରଙ୍କୁ ଆବଶ୍ୟକୀୟ ଅର୍ଥ ପାଇଁ ଗୁହାରୀ କରାଯାଇଥିଲେ ମଧ୍ୟ ତାହା ଅଦ୍ୟାବିଧି ସଫଳ ହୋଇପାରିନାହିଁ । ସରକାରୀ ଅର୍ଥ ମଞ୍ଜୁର କରାଗଲେ ଉକ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ କୁଣ୍ଢେଇ ହାଟରେ ପାନୀୟ ଜଳ ସମସ୍ୟା ମଧ୍ୟ ଉକ୍ରଟ । କାକଟପୁର ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଦୀର୍ଘ ୨ ବର୍ଷ ହେବ ଅସୁସ୍ଥ ହୋଇ ଘରେ ରହୁଥିବାବେଳେ ବିଭାଗୀୟ କାର୍ଯ୍ୟ ଠପ ହୋଇ ପଡିଛିା ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଅଚଳ ନଳକୂପ ସଚଳ ହୋଇପାରୁନାହିଁ । ଉକ୍ତ ଘଟଣା ପ୍ରତି ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବିକରିଛନ୍ତି ।