ପ୍ରାଥମିକ ସ୍କୁଲରେ ବାର୍ଷିକୋତ୍ସବ
ପିପିଲି : ପିପିଲି ଏନ୍ଏସିର ପିପିଲି ଶାସନ ପ୍ରାଥମିକ ସ୍କୁଲରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ମନୋରମା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପିପିଲି ଏନ୍ଏଏସି ଅଧ୍ୟକ୍ଷ ଶେକ୍ ରାଜୁ ଏବଂ ମୁଖ୍ୟବକ୍ତା ପିପିଲି ଜବାହର ବିଦ୍ୟାପୀଠ ପ୍ରଧାନଶିକ୍ଷକ ପୀତବାସ ସେଠି ଯୋଗଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀଙ୍କୁ ମାନପତ୍ର, ମେଡାଲ ଶହ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା । ସ୍କୁଲ ସହକାରୀ ଶିକ୍ଷୟିତ୍ରୀ ସୃଜୟା ନଳିନୀ ଦାସ ଚଳିତ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ କ୍ରୀଡାର ମଧ୍ୟ ବେଶ୍ ଆବଶ୍ୟକତା ରହିଛି ଏବଂ ଅନେକ କ୍ରୀଡାବିତ୍ ପାଠରେ ବିଶେଷ ସଫଳ ନହୋଇ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ବେଶ ସୁନାମ ଅର୍ଜନ କରିଥିବା ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି । ଅନ୍ୟ ଅତିଥିଙ୍କ ମଧ୍ୟରେ ପୂର୍ବତନ ସିଆରସିସି ସଞ୍ଜୟ ଦାସ ବର୍ତମାନର ସିଆରସିସି ପୂର୍ଣ୍ଣ ଚନ୍ଦ୍ର ବେହେରା, ଏନ୍ଏସି ୧ ନଂ ୱାର୍ଡ କାଉନସିଲର ମମତା ମଙ୍ଗରାଜ, ସଞ୍ଜୟ ଦାସ, ପରିଚାଳନା କମିଟିର ସଭାପତି ଦୋଳଗୋବିନ୍ଦ ବେହେରା, ହୃଷିକେଶ ପ୍ରଧାନ, ଧୂର୍ବଚରଣ ପ୍ରଧାନ ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ସହକାରୀ ଶିକ୍ଷକ ବୈକୁଣ୍ଠ ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ପରିଚାଳନା କମିଟି ସଭାପତି ଦୋଳଗୋବିନ୍ଦ ବେହେରା ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିଥିଲେ । ସ୍କୁଲ ଶିକ୍ଷୟିତ୍ରୀ ପ୍ରିୟଙ୍କା ମିଶ୍ରଙ୍କ ସହିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲ ।