ନିର୍ମାଣ ହେଉନି ଆଳଦା-କଇଥଗଡିଆ ରାସ୍ତା : ଧାରଣାରେ ବସିଲେ ପଞ୍ଚାୟତବାସୀ
ଖଇରା : ବାଲେଶ୍ୱର ଓ ମୟୁରଭଞ୍ଜ ୨ଜିଲ୍ଲାକୁ ସଂଯୋଗ କରୁଥିବା ଆଳଦା-କଇଥଗଡିଆ ରାସ୍ତାର ପୁନନିର୍ମାଣ କିମ୍ବା ମରାମତି ଦାବିରେ ରାସ୍ତା ସଂଲଗ୍ନ ନୟାଖଣ୍ଡି, କଇଥଗଡିଆ ଓ ଗଡପୋଖରୀ ପଞ୍ଚାୟତର ଶତାଧିକ ଜନସାଧାରଣ ସୋର-କୁପାରୀ ରାଜ୍ୟ ରାଜପଥକୁ ତୋରାଣିପଦା ଠାରେ ଅଢେଇ ଘଣ୍ଟାଧରି ଅବରୋଧ କରିଥିଲେ । ଏହି ସମୟ ମଧ୍ୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହା ସଂଖ୍ୟାର ଭାରିଯାନ ଅଟକି ରହିଥିଲା । ପରେ ମାର୍କୋଣା ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ସାହୁ ଓ ସହକାରୀ ଯନ୍ତ୍ରୀ ମନୋଜ ସାମନ୍ତ ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରିଥିଲେ । ୧୫ଦିନ ମଧ୍ୟରେ ରାସ୍ତା ମରାମତି ପାଇଁ ଯନ୍ତ୍ରୀ ମାନେ ପ୍ରତିଶ୍ରୁତି ଦେଇଥିଲେ । କଇଥଗଡିଆ ସରପଞ୍ଚ ଅନିତା ପାଇକରାୟ, ସମିତିସଭ୍ୟ ନରୋତମ ମହିମା ଜେନା,ନୟାଖଣ୍ଡି ପଞ୍ଚାୟତର ସରପଞ୍ଚ ମମତା ବେହେରା,ସମିତି ସଭ୍ୟ ସୋନାଲୀ ଶତପଥି,ପୁର୍ବତନ ସରପଞ୍ଚ ମାନସ ମହାପାତ୍ର ଓ ଗୋବର୍ଦ୍ଧନ ପାଇକରାୟ ସାମିଲ ଥିଲେ । ୧୫ଦିନ ମଧ୍ୟରେ ରାସ୍ତା ଯାତାୟାତ ଉପଯୋଗୀ ନ ହେଲେ ଗ୍ରାମବାସୀମାନେ ପୁଣିଥରେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି କଇଥଗଡିଆ ଗ୍ରାମର ଶୁବାଷିଶ ଜେନା କହିଛନ୍ତି ।