ରାଜା ସାହେବଙ୍କ ଶେଷକୃତ୍ୟ ସମ୍ପନ୍ନ
ତାଳଚେର: ତାଳଚେର ରାଜା ସାହେବ ସ୍ୱର୍ଗତ ରାଜା ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ପାର୍ଥିବ ଶରୀରକୁ ଛତିଶଗଡ଼ ରାଇପୁରରୁ ଅଣାଯାଇ ତାଳଚେର ରାଜୱାସରେ ତାଙ୍କ ପୁତ୍ର ଯୁବରାଜ ବିଜେନ୍ଦ୍ର ବୀରବର ହରିଚନ୍ଦନ ଦେବ ଓ ତାଙ୍କ ଧର୍ମପନôୀଙ୍କର ରାଜାଭିଷେକ କରିସାରିବା ପରେ ରାଜାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ତାଳଚେର ସହର ପରିକ୍ରମା କରାଯାଇ ପରିଶେଷରେ ମଣ୍ଡାପାଳ ସ୍ଥିତ ଗୋପୀନାଥପୁର ପଶ୍ଚିମେଶ୍ୱର ଶୈବପୀଠ ନିକଟରେ ତାଙ୍କ ଅନ୍ତିମ ସକ୍ରାର କରାଯାଇଥିଲା । ତାଙ୍କର ଶେଷ ଦର୍ଶନ କରିବାକୁ ତାଳଚେର ଶିକ୍ଷାବିତ୍, ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ, ପୂର୍ବତନ ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ଗଣମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀ ଓ ମାନ୍ୟଗଣ୍ୟବ୍ୟକ୍ତି ତାଙ୍କ ରାଜଭବନରେ ପଂହଚି ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏଥିନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ପାଲଲହଡ଼ା ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।