ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

 ନବରଙ୍ଗପୁର :  ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତତ୍ତ୍ୱାବଧାନରେ ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକଦ୍ରବ୍ୟର ବ୍ୟବହାର ଯୋଗୁଁ ତା'ର କୁପରିଣାମ ଉପରେ ନବରଙ୍ଗପୁର ଜିଲ୍ଲାରେ "ଆମ ସଂକଳ୍ପ-ନିଶା ନୁହେଁ, ଜୀବନ’ ବିଶେଷ ସଚେତନତା ଅଭିଯାନ ଚାଲୁଛି । ଏହି ପରିପ୍ରେକ୍ଷୀରେ ମଣ୍ଡେଇ ପଡିଆ ଠାରୁ ଏକ ସଚେତନତା ଶୋଭାଯାତ୍ରା ଅଗ୍ନିଶମ କାର୍ଯ୍ୟଳୟ ପର୍ଯ୍ୟନ୍ତ ବିଶେଷ ସ୍ଲୋଗାନ ସହ ଯାଇଥିଲା । ଏହି ଶୋଭାଯାତ୍ରାରେ ଅବକାରୀ ବିଭାଗର କର୍ମଚାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ୍, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅବକାରୀ ଅଧିକ୍ଷକ ପ୍ରଭାସ କୁମାର ଦାସ, ଡିଆଇପିଆର୍ଓ ମନୋଜ ବେହେରା, ଡିଏସଏସଓ ସୁଧାଂଶୁ ପାତ୍ର, ଡିସିଓ ଘାଷିଆ ହରିଜନ ଏବଂ ଅନେକ ବିଭାଗୀୟ କର୍ମଚାରୀ ସାମିଲ ଥିଲେ । ଶୋଭାଯାତ୍ରା ପରେ ଅବକାରୀ ବିଭାଗ ଦ୍ୱାରା ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଏକ ରକ୍ତଦାନ ଶିବିର ଏବଂ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।  ପ୍ରଥମେ ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଯଦୁମଣି ନାୟକ ରକ୍ତ ଦାନ କରି ସମସ୍ତଙ୍କୁ ଉସôାହ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଏବଂ ବିଶ୍ୱଜିତ ବର୍ମନ୍, ସିଡିଏମଓ ଡ.ସନ୍ତୋଷ ପଣ୍ଡା, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଉପସ୍ଥିତ ଥିଲେ । ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।