ବିକାଶ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ 

 ନବରଙ୍ଗପୁର : ସ୍ଥାନୀୟ ମଣ୍ଡେଇ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉପଲକ୍ଷେ ଚତୁର୍ଥ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାରେଗାମା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅର୍କେଷ୍ଟ୍ରା ସଙ୍ଗୀତ ପରିବେଷଣ କରିଥିଲେ  । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଶ୍ୱଜିତ ବର୍ମନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଯୋଗ ଦେଇଥିଲେ  । ଏହି ସଭାରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ, ଡିଆଇପିଆର୍ଓ ମନୋଜ ବେହେରା, ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ, ନବରଙ୍ଗପୁର ବିଡିଓ  କ୍ଷୀରୋଦ ଚନ୍ଦ୍ର ସାହୁ, ଡିସିଓ ଘାଷିଆ ହରିଜନ, ଓରମାସ ସହକାରୀ ସିଇଓ ଉମା ମହେଶ,ଏଡିଡବ୍ଲୁଓ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ସାରେଗାମା ସାଂସ୍କୃତିକ ଅନୁଷ୍ଠାନର କଳାକାର ଅଶୋକ ମହାନ୍ତି, ଅମର ମହାନ୍ତି, ଆନନ୍ଦ ଦାସ, ଜଗନ୍ନାଥ ଆଚାରୀ ଓ ଅନ୍ୟ କଳାକାରମାନେ ଭଜନ, ଓଡ଼ିଆ ଓ ହିନ୍ଦୀ ସଙ୍ଗୀତ ପରିବେଷଣ କରିଥିଲେ  । ସାତ୍ତ୍ୱିକ ଡ୍ୟାନ୍ସ ଗ୍ରୁପ୍, ପୁରୁଷୋତ୍ତମ କଳାକେନ୍ଦ୍ର, କଳାଧର୍ନି ଡ୍ୟାନ୍ସ ଗ୍ରୁପ୍, ମା’ ସନ୍ତୋଷୀ ଡ୍ୟାନ୍ସ ଗ୍ରୁପ୍, ସାଇରାମ୍ କଳାକେନ୍ଦ୍ର, ଡିଭାଇନ ଡ୍ୟାନ୍ସଗ୍ରୁପର କଳାକାରମାନେ ଲୋକ ନୃତ୍ୟ ପରିବେଷଣ କରିଥିଲେ  ।