ବିଭିନ୍ନ ସ୍ଥାନରେ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମ 

 ଭବାନୀପାଟଣା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝଙ୍କ ନିଦେ୍ର୍ଦଶକ୍ରମେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପକ୍ଷରୁ ଥାନା ପରିସରରେ ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମ.ରାମପୁର ବନ ବିଭାଗ, ସିଆରପିଏଫ ଯବାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇ ଗୋଟିଏ ଲେଖାଏଁ ଗଛ ଲଗାଇଥିଲେ । ଏଥିରେ ବନ ବିଭାଗ ଏସିଏଫ ଅସିତ କୁମାର ଦାସ, ଫରେଷ୍ଟର ଦିପକ ସା, ଥାନା ଆଇଆଇସି ବିରବଲ ଭଗତ, ଏଏସଆଇ ଅଭିରାମ ରାଓ ଯୋଗ ଦେଇଥିବାବେଳେ ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ସହଯୋଗ କରିଥିଲେ ।
ଗୋଲାମୁଣ୍ଡା :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ମା’ ପାଇଁ ଗଛଟିଏ ରୋପଣ ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ, ଥାନା ଫାଣ୍ଡି ଓ ସମସ୍ତ ପଞ୍ଚାୟତ ଗୁଡିକରେ ବୃକ୍ଷରୋପଣ କରାଯାଇଛି । ପ୍ରତି ପଞ୍ଚାୟତରେ ଏକ ହଜାର ବୃକ୍ଷ ରୋପଣ କରିବାକୁ ଜିଲ୍ଲାପାଳଙ୍କ ଅନୁମତି ଥିବା ଜଣାପଡିଛି । ଉଛଲା ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଥିବାବେଳେ କେଗାଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପକ୍ଷରୁ ଆଖୁଡେଟ ପଡିଆ ଠାରେ ବୃକ୍ଷ ରୋପଣ କରାଯାଇଛି । ବୋର୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବୃକ୍ଷରୋପଣ ଓ ସ୍ୱଚ୍ଛତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବୋର୍ଡି ସରପଞ୍ଚ  ସ୍ୱାଦି ପୁଟେଲ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ଡାକ୍ତର ଅକ୍ଷୟ କୁମାର ମାଝୀ, ଡାକ୍ତର ସତ୍ୟନାରାୟଣ ମଲ୍ଲିକ, ଫାର୍ମାସିଷ୍ଟ କ୍ଷିତୀଶ ପୁଟେଲ ଜିଲ୍ଲା ପ୍ରତିନିଧି ଓ ସାଧାରଣ ସମ୍ପାଦକ ଜୟନ୍ତ କୁମାର ସିଂ, ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ଇନ୍ଦ୍ର ସାହୁ, ମନୋଜ କୁମାର ଅଗ୍ରୱାଲ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ରହି ମା’ ପାଇଁ ବୃକ୍ଷରୋପଣ କରିଥିଲେ । ପରେ ସ୍ୱାସ୍ଥ୍ୟ କେନ୍ଦ୍ର ଚାରିପାଖେ ପଡି ରହିଥିବା ମଇଳା ଆବର୍ଜନା ଝାଡୁ ଧରି ସଫା କରିଥିଲେ ।
ରାୟଗଡ଼ା:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସ୍ଥାନୀୟ ମା’ ମାର୍କମା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ନୀଳମାଧବ ହିକକା ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ଏହି ସମାରୋହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟ୍ଟନାୟକ, କଲେଜ୍ର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଷମ କଟକ ବ୍ଲକ୍ର ସମସ୍ତ ୨୧ଟି ପଞ୍ଚାୟତରେ ମଧ୍ୟ ସମାନାନ୍ତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହିପରି ରାୟଗଡା ବନଖଣ୍ଡ ଅଧିନସ୍ଥ ମୁନିଗୁଡା ବିଷମ କଟକ ବନାଞ୍ଚଳ ରେଞ୍ଜରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆମ୍ବ, ଆଇଁଲା, ହରିଡ଼ା, ବାହାଡା, ଲିମ୍ବ, ଫାସୀ ପରି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ ଏହି ଅବସରରେ କରାଯାଇଛି । ସ୍ଥାନୀୟ ସେକ୍ସନ ଫରେଷ୍ଟର ଗିରିଧର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଷମ କଟକ ଫରେଷ୍ଟର ହେମପ୍ରଭା ବେହେରାଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ଗାର୍ଡ ସରିତା ସାହୁ ଓ ଗୀତ ବଡ଼ଜେନା ମଧ୍ୟ ଉପସ୍ଥିତ ଥିଲେ । ଫରେଷ୍ଟରଙ୍କ ସୂଚନା ଅନୁସାରେ ଗୋଟିଏ ଦିନରେ ୫୦୦ଟି ବୃକ୍ଷ ଲଗାଯିବ ବୋଲି କୁହାଯାଇଛି ।
ଆସିକା : ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶକ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଏବଂ ମହାବିଦ୍ୟାଳୟର ଯୁବ ରେଡକ୍ରସ ଶାଖା, ଜାତୀୟ ସେବା ଯୋଜନାର ତିନୋଟି ୟୁନିଟ, ସ୍କାଇଟ ଗାଇଡ୍ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସ୍ୱେଚ୍ଛାସେବୀ କେଡେଟ୍ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ମାଙ୍କ ପାଇଁ ବୃକ୍ଷଟିଏ' ବୃକ୍ଷ ରୋପଣର ଦ୍ୱିତୀୟ ସୋପାନ କାର୍ଯ୍ୟକ୍ରମ ହୁମୁକି ଗ୍ରାମର ଉପକଣ୍ଠରେ ଥିବା କନକା ପୁଷ୍କରିଣୀର ଚତୁର୍ପାଶ୍ୱରେ ସଂପାଦିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ କଲେଜ ପରିସର ମଧ୍ୟରେ ଏକତ୍ରିତ ହୋଇ ଆଠଟି ଅଟୋ ଦ୍ୱାରା ହୁମୁକି ଗ୍ରାମରେ ପହଞ୍ଚôଥିଲେ । ଏହି ଗ୍ରାମରେ ଏକଶତ ଚାରାରୋପଣ କରାଯାଇଥିବାର ନଜିର ରହିଛି ।  ଆସିକା ଅଞ୍ଚଳ ଘୁମୁସର ବନ୍ୟ ବିଭାଗର  ଆହ୍ୱାନକ୍ରମେ ଏନସିସି କ୍ୟାଡେଟମାନେ ଚାରିମାଇଲି ନିକଟସ୍ଥ କ୍ଷେତ୍ରରେ ଚାରା ରୋପଣ କରି ସଭା କାର୍ଯ୍ୟରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ବିଭୁତି ଭୂଷଣ ବେବର୍ତା ଏବଂ ସମସ୍ତ ୟୁନିଟର ଅଧିକାରୀ ଯଥା  ସରୋଜ କୁମାର ପଣ୍ଡା, ରାଜେଶ କୁମାର ସାହୁ, ଚିତ୍ରସେନ ବେହେରା, ପବିତ୍ର ଧଙ୍ଗଡାମାଝୀ, ରଶ୍ମିପ୍ରିୟା କାଲୋ, ଅଜିତ କୁମାର ମୁନୀ, ଯୋଗେଶ୍ୱରୀ ଧାରୁଆ, ମାଧୁରୀ ହେମ୍ବ୍ରମ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଂଯୋଜନା କରିଥିଲେ । ଖାରିଆ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୌଦାମିନି ସାହୁ ଏବଂ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସଂପାଦିତ ହୋଇପାରିଥିଲା । 
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତଥା ଜଙ୍ଗଲ ପରିବେଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ‘ଏକ ପେଡ ମା କେ ନାମ ୨.୦’ ଚାରା ରୋପଣ ଅଭିଯାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ  ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କାର୍ଯ୍ୟକ୍ରମରେ  ସାଂସଦ ବଳଭଦ୍ର ମାଝି ମୁଖ୍ୟଅତିଥି ରୂପେ ଯୋଗ ଦେଇ ବୃକ୍ଷଚାରା ରୋପଣ କରିଥିଲେ ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ନବରଙ୍ଗପୁର ବିଧାୟକ  ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଡି ଏଫ୍ ଓ ଶୁଭେନ୍ଦ୍ର କୁମାର ବେହେରା,ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ  । ନବରଙ୍ଗପୁର ଜିଲ୍ଲାରେ ୨,୬୩,୨୧୦  ଚାରା ରୋପଣ କାର୍ଯ୍ୟକ୍ରମ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସମସ୍ତଙ୍କୁ ଏକ ଦିବସୀୟ ବୃହତ ଚାରା ରେପଣ ଅଭିଯାନକୁ ସଫଳ କରିବା ସହିତ ଏକ ଫଟୋ ଉଠାଇ ମେରି ଲାଇଫ ପୋର୍ଟାଲ ରେ ଅପଲୋଡ କରିବାକୁ ଅନୁରୋଧ କରାଯାଇଥିଲା । ପରେ ମୁଖ୍ୟ ଅତିଥିଙ୍କ ସମସ୍ତେ ବନ ବିଭାଗର ମୀୟାୱାକି ନିକଟସ୍ତ ଔଷଧୀୟ ବଗିଚାକୁ ଯାଇ ବୃକ୍ଷଚାରା ରୋପଣ କରିଥିଲେ । ଏହି ଅବସରରେ ସାଂସଦ ଡ଼ାବୁ ଗାଁ ସିଏଚସିରେ ଅନୁଷ୍ଠିତ ହୋଇଥିବା "ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଜି ଜିଲ୍ଲାର ସମସ୍ତ ପଞ୍ଚାୟତ,ଗ୍ରାମ, ଶିକ୍ଷାନୁଷ୍ଠାନ, ବ୍ଲକ୍, ପୌର ପାଳିକାସ୍ତରରେ ସାମୂହିକ ଭାବରେ ବୃକ୍ଷ ଚାରା ରୋପଣ କରାଯାଇଛି ।