ଓଡ଼ିଶାବାସୀଙ୍କ ପାଇଁ ୧୯ ହଜାର କୋଟି ପ୍ରକଳ୍ପ ଭେଟି

ଓଡ଼ିଶାବାସୀଙ୍କ ପାଇଁ  ୧୯ ହଜାର କୋଟି ପ୍ରକଳ୍ପ ଭେଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଆସିବେ। ସେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ସହ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ। ପରେ କଳିଙ୍ଗ ଷ୍ଟାଡିୟମରୁ ବିଶାଳ ରୋଡ ସୋ’ କରିବେ। ପାଖାପାଖି ୨ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରବା କାର୍ଯ୍ୟକ୍ରମ ରହିଛି। ବୟୋବନ୍ଦନା କାର୍ଡ, ଅନ୍ତ୍ୟୋଦୟ ଘର ବଣ୍ଟନ ମଧ୍ୟ ବାଣ୍ଟିବେ। ଅନ୍ୟପକ୍ଷେ ଲକ୍ଷପତି ଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି।