ନୂଆ ଶ୍ରମିକ ସଂସ୍କାରର ଚରିତ୍ର
ମହାମେଘବାହନ ଐର ଖାରବେଳ ସ୍ୱାଇଁ : ବର୍ତ୍ତମାନ ଯେଉଁ ନୂଆ ଶ୍ରମିକ କୋର୍ଡର ପ୍ରକାଶ ପାଇଛି ତାହାକୁ ଅର୍ଥ କମିଶନର ମୁଖ୍ୟ ଅରବିନ୍ଦ ପାନଗାରିଆ କହିଛନ୍ତିି ଯେ, ଏହା ହେଉଛି ବୈପ୍ଳବିକ । ସେଥିପାଇଁ ଭାରତ ୨୯ଟି କେନ୍ଦ୍ରୀୟ ଶ୍ରମ କୋଡ୍କୁ ବଦଳାଇ ତାହାକୁ ୪ରେ ପରିଣତ କରିଛି । ସେଥିପାଇଁ ଗୋଟିଏ କମ୍ପାନୀ ପାଇଁ ନିୟମ ରହିଛି ଯେ, ସେ ଚାହିଁଲେ ଶ୍ରମିକମାନଙ୍କୁ କାଢ଼ି ଦେଇପାରିବେ ସରକାରୀ ନିୟମ ବିନା । ସେମାନେ ଚାହିଁଲେ ୧୦୦ରୁ ୩୦୦ ଶ୍ରମିକମାନଙ୍କୁ କାଢ଼ି ପାରିବେ । ସେହି ଆଇନରେ ବ୍ୟବସ୍ଥା ଅଛି ଯେ, ନିଯୁକ୍ତିଦାତାମାନେ ଗୋଟିଏ ନିର୍ଦ୍ଦିଷ୍ଟ ଚୁକ୍ତି ବିଷୟରେ କଥାବାର୍ତ୍ତା କରିବେ ଏବଂ ଏଥିରେ ବ୍ୟବସ୍ଥା କରାଯାଇଛି ଯେ ମହିଳାମାନେ ରାତିରେ କାମ କରିବେ । ତେଣୁ ଏ ସମ୍ପର୍କରେ ଏହି ଧରଣର ନିୟମ କରାଯାଇଛି ଯିଏକି ରୂପାନ୍ତରିତ କରିବ ଆଇନର ନିୟମଗୁଡ଼ିକୁ । ଗଭୀର ଭାବରେ ଦେଖିବାକୁ ଗଲେ ଜଣେ କହିବ ଯେ, ଏହି କୋଡ୍ର ବିଜ୍ଞପ୍ତି ଯେମିତି ଦିଆଯାଇଛି ତାହା ପ୍ରତିନିଧିତ୍ୱ କରୁଛି ଧୀରେ ଧୀରେ ଅବସ୍ଥା ଆଗକୁ ବଢୁଛି ବୋଲି । ଏହା ଧୀରେ ଧୀରେ ବଢୁଛି, ଜୋର୍ରେ କୁଦା ମାରୁନି । ଏ ସମ୍ପର୍କରେ ଗଭୀର ଭାବରେ ବିଷୟମାନ ଜଣାପଡୁଛି । ପାର୍ଲାମେଣ୍ଟ ଶ୍ରମିକ କୋଡ୍ ଉପରେ ତା’ର ଆଇନକୁ ଗୃହୀତ କରିଥିଲା ୫ ବର୍ଷ ଆଗରୁ । କିନ୍ତୁ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟାନ୍ୱିତ କରିବାକୁ ଦେଲେନାହିଁ । ସେଥିପାଇଁ ସର୍ବଭାରତୀୟ ସ୍ତରରେ ଏହାକୁ ଜ୍ଞାପିତ କରାଗଲାନାହିଁ । ଏପରି ସମୟରେ ରାଜ୍ୟମାନେ ଅଲଗା ଅଲଗା ପ୍ରକାରର ବ୍ୟବସ୍ଥା କଲେ ଯେଉଁଗୁଡ଼ାକି ନିଜର ଗୋଟିଏ ଗତି ଥିଲା ଏବଂ ଅଲଗା ଅଲଗା ଅସମାନ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ପ୍ରେରିତ ଆଇନ ଥିଲା । ଅନ୍ୟ ଅନେକ ରାଜ୍ୟମାନେ ଏ ସମ୍ପର୍କରେ ଅନେକ ଆଇନକୁ ବିଜ୍ଞପ୍ତି ଆକାରରେ ପ୍ରକାଶ କରିଥିଲେ ।
ରାଜ୍ୟମାନେ ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ତାଙ୍କର ନିଜର ସୁବିଧା ଅନୁସାରେ ଲଗାଇଥିଲେ । ଅରବିନ୍ଦ ପାନଗାରିଆ କହିଛନ୍ତି ଯେ, ଏହା ହେଉଛି ଗୋଟିଏ ବୈପ୍ଳବିକ କାର୍ଯ୍ୟ । ପାନଗାରିଆ ଠିକ୍ କହିଛନ୍ତି ଯେ, ଏହି ଧରଣର ଉପରକୁ ବଢ଼ିବା ହେଉଛି ଶିଳ୍ପମାନଙ୍କର ଆବଶ୍ୟକତା । ସରକାର କେମିତି ଭାବରେ ଅନୁମତି ଦେବେ ଯେ ଯେମିତି ଶ୍ରମିକମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବ । ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେହିଭଳି ଭାବରେ କେମିତି ଶ୍ରମିକ ଛଟେଇ କରିବେ, ଏ ବିଷୟରେ କୁହାଯାଇଛି । ସେହିଭଳି ଭାବରେ ୨୫ଟି ରାଜ୍ୟ ଯେଉଁମାନେ ସବୁ ପ୍ରକାର ନିର୍ଦ୍ଦିଷ୍ଟ ସମୟ ଚୁକ୍ତିରେ କରନ୍ତି ସେହିଭଳି ୩୧ଟି ରାଜ୍ୟ ରାତିରେ ମହିଳା ଶ୍ରମିକମାନଙ୍କୁ କାମ କରିବାକୁ ଦେଇଛନ୍ତି । ଏହି ନୂଆ ସଂସ୍କାରକୁ ଅତି ନିରବରେ କାର୍ଯ୍ୟାନ୍ୱିତ କରାଯାଇଥିଲା, ଯେଉଁଠି ରାଜ୍ୟମାନେ ଦେଖାଯାଉଥିଲେ ଯେ, ସେଥିରେ ବ୍ୟବସାୟ କରିହେବ ଏବଂ ସେମାନଙ୍କ ରାଜ୍ୟ ହେଉଛି ବ୍ୟବସାୟ ରାଜ୍ୟ । ଏହି ଧରଣର ନୂଆ ସଂସ୍କାରଗୁଡ଼ିକ ଅତି ନିରବରେ କାର୍ଯ୍ୟରେ ଲାଗିଲା । ଏଗୁଡ଼ିକ ଶ୍ରମିକମାନଙ୍କର ଭଲ ପାଇଁ କୁହାଯାଉଥିଲା । ଏଥିପାଇଁ ଶ୍ରମିକମାନଙ୍କ ତରଫରୁ କୌଣସି ବିରୋଧ କରାଗଲାନାହିଁ। ଆଜି ମଧ୍ୟ ଭାରତୀୟ ସଂଘୀୟ ଢ଼ାଞ୍ଚାରେ ଦେଖାଯାଉଛି ଯେ, କୌଣସି ରାଜ୍ୟ ଯିଏକି ଏହି ଧରଣର କୋଡ୍କୁ ବିରୋଧ କରୁଛି ନିଶ୍ଚିତ ଭାବରେ ସେମାନଙ୍କୁ ହଟାଇ ଦେଇପାରିବ ଯେଉଁଥି ପାଇଁ କି ଜୋରିମାନା ଦେବାର ଆବଶ୍ୟକତା ନାହିଁ । କେରଳ ରାଜ୍ୟ ମଧ୍ୟ କହିଛି ଯେ, ଏହା କେବେହେଲେ ଏ କଥାକୁ ଲାଗୁ କରିବ ନାହିଁ । ୟୁନିୟନମାନଙ୍କ ସମ୍ପର୍କରେ ଦେଖିବାକୁ ଗଲେ ଏହି ଆନୁଷ୍ଠାନିକ ସଂସ୍ଥାମାନେ ଯେଉଁମାନେ ପରସ୍ପର ସହ ସମ୍ପୃକ୍ତ, ଯେଉଁମାନେ କି ବିରୋଧୀ ପକ୍ଷ ସହିତ ସମ୍ପୃକ୍ତ ସେମାନେ ଏହାକୁ ବିରୋଧ କରିଛନ୍ତି । ଯେତେବେଳେ ଆର୍ଏସ୍ଏସ୍ ସହିତ ସମ୍ପୃକ୍ତ ଭାରତୀୟ ମଜଦୁର ସଂଘ ଯିଏକି ଦେଶର ସବୁଠାରୁ ବଡ଼ ଟ୍ରେଡ୍ ୟୁନିୟନ, ଏହାକୁ ସ୍ୱାଗତ କରିଛି । ପାନଗାରିଆ ଠିକ୍ ଭାବରେ ଅଭିଯୋଗ କରିଛନ୍ତି ଯେ, ଏହା ହେଉଛି ଭାରତର ପୂର୍ବତନ ଶ୍ରମିକ ଆଇନ ଜଙ୍ଗଲରେ ଏହା ହେଉଛି ବ୍ୟତିକ୍ରମ ।
ଭାରତରେ ୨୯ଟି ପରସ୍ପର ଉପରେ ଚଢ଼ିଯାଉଥିବା ବିଚିତ୍ର କଥା । ଏଥିରେ ୨୦ଟି ଆଇନ ପରସ୍ପର ଉପରେ ଚଢ଼ି ଯାଉଛନ୍ତି । ଏଥିରେ ପରସ୍ପରକୁ ବିରୋଧ କରୁଥିବା ବିଭିନ୍ନ ବ୍ୟବସ୍ଥାମାନ ରହିଛି ଏବଂ ଏଥିରେ ଅନେକ ପରସ୍ପର ବିରୋଧୀ କଥା ରହିଛି । ଏଗୁଡ଼ିକ ୧୦୦% ଆଇନରେ ଲାଗୁ ହୋଇନାହିଁ ଏବଂ ଏହା ହେବା ଅସମ୍ଭବ ମଧ୍ୟ । ଏଗୁଡ଼ିକ ଯାହା ଲାଗୁ ହୋଇଛି ତା’ର ୧୦୦% ଆଇନରେ ଦେଖାଯାଇଛି ଯେ, ତନ୍ମଧ୍ୟରୁ ୨୦% ଆଇନକୁ ଭଙ୍ଗ କରାଯାଇଛି । ବଡ଼ ଧରଣର ପ୍ରତିଷ୍ଠାନମାନେ କହନ୍ତି ଯେ, ଛୋଟ ଧରଣର ଅନୁଷ୍ଠାନମାନ ଭୟ କରୁଛନ୍ତି ଯେ, ଶ୍ରମିକମାନେ ଅଧିକ ସଂଖ୍ୟକ ଶ୍ରମିକମାନଙ୍କୁ ବା ୧୦୦ରୁ ଅଧିକ ଶ୍ରମିକମାନଙ୍କୁ ସେମାନେ ନିଯୁକ୍ତ କରିବେ । ଏହା ଫଳରେ ସେମାନଙ୍କ ପ୍ରତି ଶ୍ରମିକ ଆଇନ ଲାଗୁ ହେବ ନାହିଁ । ଏଥିରେ ଯେଉଁ ବ୍ୟବସ୍ଥା ଅଛି, ଯାହା ଫଳରେ ୧୦୦ରୁ ୩୦୦ ଶ୍ରମିକମାନଙ୍କୁ କାଢ଼ି ଦିଆଯିବ ବୋଲି ଯେଉଁ ବ୍ୟବସ୍ଥା ଅଛି ତାହା ହେଉଛି ବ୍ୟବହାରଯୋଗ୍ୟ । ଏହାଛଡ଼ା ମହିଳାମାନଙ୍କୁ ରାତିରେ କାମ କରିବାକୁ ଦେବା ହେଉଛି ଏକ ସକାରାତ୍ମକ ପଦକ୍ଷେପ, ଯେଉଁଠି ବିଭିନ୍ନ ରାଜ୍ୟମାନେ ଏ ସମ୍ପର୍କରେ ଗଠନ ମୂଳକ ନେତୃତ୍ୱ ନେଇଛନ୍ତି । ଗୋଟିଏ ଚୁକ୍ତିର ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମାର ଅର୍ଥ ହେଉଛି ଶ୍ରମିକମାନେ ଚାହିଁଲେ ସେମାନଙ୍କର ଚୁକ୍ତିକୁ ସେମାନେ ପୁନଃଜୀବିତ କରିପାରିବେ ନାହିଁ । ଏଥିପାଇଁ ତାଙ୍କୁ ବାହାର କରିଦିଆଯିବାରୁ ରକ୍ଷା କରାଯାଇପାରିବନାହିଁ । ଅବଶ୍ୟ ଏହା ଠିକ୍ ଅଛି । କିନ୍ତୁ କମ୍ପାନୀମାନେ ଯେତେବେଳେ ଅଳ୍ପ ସମୟର ଚୁକ୍ତିରେ କାମ କରନ୍ତି ସେତେବେଳେ ବର୍ତ୍ତମାନର ଶ୍ରମିକ ଆଇନକୁ ଆଉ ଲାଗୁ କରାଯାଏନାହିଁ । ନୂଆ କୋଡ୍ରେ ମଧ୍ୟ ଲେଖାଯାଇଛି ଏ ସମ୍ପର୍କରେ ଯେଉଁ ଧରଣର ନିୟମମାନ ଅଛି ଏବଂ ଯେଉଁଥିରେ ରାଜ୍ୟମାନଙ୍କର ହସ୍ତକ୍ଷେପ ବଢୁଛି ସେ ସମ୍ପର୍କରେ ବିଶେଷ କଥା କରାଯାଇପାରିବନାହିଁ ।
ଉଦାହରଣ ସ୍ୱରୂପ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରି ହିସାବରେ କୁହାଯାଇପାରେ । ଏହି କୋଡ୍ରେ ଗୋଟିଏ ବଡ଼ ଧରଣର ଜଟିଳ ଢ଼ାଞ୍ଚା ଅଛି, ଯେଉଁଥିରେ କି ୪ ପ୍ରକାର କୁଶଳୀ ଶ୍ରମିକ ରହିପାରିବେ । ଯେଉଁମାନେ ବିଭିନ୍ନ ଧରଣର ଶ୍ରମ ଆଇନର ଅଲଗା କଥା କରିପାରିବେ । ସେମାନେ ବିଭିନ୍ନ ପ୍ରକାରର ସର୍ବନିମ୍ନ ମଜୁରି କଥାକୁ ନଷ୍ଟ କରିପାରିବେ । ଏ ସମ୍ପର୍କରେ ଯେଉଁ ଅଡିଟ୍ ହେବ ସେହି ଅଡିଟ୍କୁ କିଏ ଦେଖିବ ? ସାମାଜିକ ସୁରକ୍ଷା ସମ୍ପର୍କରେ ଯାହା ହେବ ଯେଉଁଥିରେ ଗିଗ୍ ଶ୍ରମିକମାନେ ପ୍ରୋଭିଡେଣ୍ଟ ଫଣ୍ଡ, ଇଏସ୍ଆଇସି ଇନ୍ସ୍ୟୁରାନ୍ସ ଏବଂ ଅଲଗା ଶ୍ରମିକମାନେ କିପରି କାମ କରିବେ ସେ କଥା ଉଠିବା ଉଚିତ। ଏହା ଏକ ପ୍ରଶଂସାମୂଳକ ଘଟଣା ଅଟେ । ଏହାର ଅତି ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ମଧ୍ୟ ରହିଛି, ଯାହାକି କମ୍ପାନୀମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଛି । ଯେଉଁ ସମ୍ପର୍କରେ ଗୋଟିଏ ସେମାନଙ୍କର ମାର୍ଜିନ ରହୁଛି । ବହୁ ସଂଖ୍ୟକ ସୁବିଧା ସେମାନଙ୍କୁ ଦିଆଯାଉଛି । ଏଥିପାଇଁ ସେମାନଙ୍କୁ ମୌଳିକ ଦରମା ଦିଆଯାଉନାହିଁ । ଏହି ମୌଳିକ ଦରମା ଏବଂ ଭତ୍ତା ମଧ୍ୟ ଅନେକ ସମୟରେ ଦିଆଯାଉନାହିଁ । ଶ୍ରମିକମାନେ ଖୁସିହେବେ କିନ୍ତୁ ଏହା ଅନେକଗୁଡ଼ିଏ ଶ୍ରମିକମାନଙ୍କର ଖର୍ଚ୍ଚକୁ ବଢ଼ାଇବ, ଯେଉଁମାନେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପାଇଁ କାମ କରନ୍ତି ସେମାନେ ଗ୍ରାଚୁଇଟି ପାଇବେ ଗୋଟିଏ ବର୍ଷ ପରେ, ପାଞ୍ଚ ବର୍ଷ ପରେ ନୁହେଁ । ଓଭର ଟାଇମ୍ ଦରମା ଭାରତରେ ବଢ଼ିବ ନିୟମିତ ଭାବରେ, ଯେଉଁଠି ୧୨୫%ରୁ ୧୫୦% ନିୟମିତ ଶ୍ରମିକମାନେ ପ୍ରତିଦ୍ୱନ୍ଦ୍ୱିତା ମୂଳକ ଦେଶରେ ରହିବେ । ଭାରତର ଓଭର ଟାଇମ୍ ମଧ୍ୟ ୧୨୫ ଘଣ୍ଟାରେ ଗୋଟିଏ ୩ ମାସିଆ ସମୟ ଭିତରେ ନିର୍ଦ୍ଦିଷ୍ଟ ରହିବ । ଯେତେବେଳେ କିଛି ପ୍ରତିଦ୍ୱନ୍ଦ୍ୱୀମାନେ ଏ ସମ୍ପର୍କରେ କୌଣସି ବାଧାନାହିଁ ଏବଂ ଯେଉଁଠି ଶ୍ରମିକମାନେ ଅଧିକ ସମୟର କାମ କରିପାରନ୍ତି ସେମାନଙ୍କ ସମ୍ପର୍କରେ ଅଲଗା କିଛି କଥା କୁହାଯାଇପାରେ । ଏ ସମ୍ପର୍କରେ ଭାରତ ସହିତ ଯେଉଁ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି ଯଥା ବଙ୍ଗଳାଦେଶ, ଭିଏତନାମ ଓ ଚୀନ, ସେମାନଙ୍କୁ କେବେହେଲେ ଏଥିପାଇଁ କାମ ଦିଆଯାଉନାହିଁ । ସେମାନଙ୍କର କାମ ଉପରେ ବା ଚୁକ୍ତିବଦ୍ଧ ଶ୍ରମିକମାନେ ଗୋଟିଏ ସିଫ୍ଟରେ ୧୨ ଘଣ୍ଟା କାମ କରୁଛନ୍ତି । ଏହି ଖର୍ଚ୍ଚ ଓ ବ୍ୟବସାୟ ହେଉଛି ଭାରତରେ ଗୋଟିଏ ଅଂଶ । ଏଥିପାଇଁ ଭାରତ ଗୋଟିଏ ଅମଲାତନ୍ତ୍ରର ଜାଲ ଭିତରେ ପଡ଼ିରହିଛି । ଏଥିରେ ଭାରତର ୫୦% ମଜୁରିର ଖର୍ଚ୍ଚ ହେଉଛି ।
ଏ ସମ୍ପର୍କରେ ଯେତେବେଳେ କୌଣସି ବଡ଼ କ୍ଷେତ୍ରକୁ ଯେତେବେଳେ କୁହାଯାଉଛି ସେତେବେଳେ ଖର୍ଚ୍ଚ ବଢୁଛି । ହଠାତ୍ ଦେଖାଯାଉଛି ଗୋଟିଏ କମ୍ପାନୀ ନିଶ୍ଚିତ ଭାବରେ କାହାକୁ ଦେବା ଉଚିତ ମଜୁରି । କିନ୍ତୁ ଶ୍ରମିକମାନେ ଯେଉଁମାନେ ପ୍ରୋଭିଡେଣ୍ଟ ଫଣ୍ଡ, ପେନ୍ସନ ଫଣ୍ଡ, ସ୍ୱାସ୍ଥ୍ୟ ଇନ୍ସ୍ୟୁରାନ୍ସ, ଗ୍ରାଚ୍ୟୁଟି ଏବଂ ଛୁଟି ଜନିତ ଯାତ୍ରାମାନଙ୍କର ଭତ୍ତାମାନ ପାଉଛନ୍ତି, ସେମାନେ ଗୋଟିଏ ମାସର ଛୁଟିର ଦରମାକୁ ଦେବା ଉଚିତ ଏବଂ ଅସୁସ୍ଥତା ସମୟରେ ଯେଉଁ ଛୁଟି ନିଆଯାଏ ତାକୁ ମଧ୍ୟ କିଛି ପରିମାଣରେ ନେବା ଉଚିତ । ଏହାଛଡ଼ା ମଧ୍ୟ ଦୁଇ ଡଜନ ସରକାରୀ ଛୁଟି ପ୍ରତ୍ୟେକ ବର୍ଷ ଦିଆଯିବା ଉଚିତ । ଏହା ମଧ୍ୟ ଭାରତୀୟମାନଙ୍କୁ ସାରା ବିଶ୍ୱରେ ପ୍ରତିଯୋଗିତାରେ ଠିଆ କରାଇଛି । ଗୋଟିଏ କଥା କୁହାଯାଇପାରେ ଯେ, ନୂଆ ସଂସ୍କାରଗୁଡ଼ିକ କିଛି ବରଫକୁ ଭାଙ୍ଗିନାହିଁ ତାହା ନୁହେଁ, କିନ୍ତୁ ଏହାର ବହୁତ ବଡ଼ ଅଂଶଗୁଡ଼ିକ ବାକି ରହିଛି । ସେମାନେ କିଛି ଆଇନକୁ ସରଳୀକରଣ କରିଦେଇଛନ୍ତି । କିନ୍ତୁ ଅନ୍ୟଗୁଡ଼ିକୁ ମଧ୍ୟ ଜଟିଳ କରିଦେଇଛନ୍ତି । ସେମାନେ ଶ୍ରମିକମାନଙ୍କୁ କିଛି ବାଟରେ ସାହାଯ୍ୟ କରିଛନ୍ତି, କିନ୍ତୁ ଅନ୍ୟ ଜାଗାରେ ଶ୍ରମିକମାନଙ୍କର ଖର୍ଚ୍ଚକୁ ଉଠାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ସେମାନେ ରାଜନୈତିକ ଆବଶ୍ୟକତାକୁ ଚାହୁଁନାହାନ୍ତି, ବିଜେପି ଚାହୁଁଛି ଶ୍ରମିକମାନଙ୍କୁ କୌଣସି ପ୍ରକାର ସୁବିଧା ଦେବାପାଇଁ । ଏଥିପାଇଁ ଗୋଟିଏ ଶ୍ରମିକମାନଙ୍କର ସୁବିଧା ଏବଂ ଅଧିକାରର କଥା ନହେଲେ ଏହା ଶ୍ରମିକମାନଙ୍କ ଭିତରେ ଘୋର ଅସନ୍ତୋଷ ସୃଷ୍ଟି କରିବ ଯେଉଁଥିରେ କି ଭୋଟ ବ୍ୟାଙ୍କରେ ଅସୁବିଧା ହେବ । ଏହା ହେଉଛି ଗଣତନ୍ତ୍ର ଯାହା ଠିକ୍ ଭାବରେ କାମ କରେ । ଏହା ସହଜରେ ବଦଳିଯାଏ ନାହିଁ ।
e-mail:kharabelaswain(@gmail.com
ମୋବାଇଲ୍ -୯୪୩୭୦୨୦୨୯୦