ଅଟିଜମ୍ ଚିକିତ୍ସା
ଅଟିଜମ୍ ହେଉଛି ଏକ ମାନସିକ ବିକୃତି, ଯାହାକି ଶିଶୁ ଠାରେ ୧.୬ରୁ ୨ ବର୍ଷ ବୟସ ମଧ୍ୟରେ ଦେଖାଯାଇଥାଏ । ଏହା ଦ୍ୱାରା କଥା କହିବା, ବୁଝିବା ଓ ଅନ୍ୟ ସହ ଭାଷାର ବ୍ୟବହାର କରି ସାମାଜିକ ସମ୍ପର୍କ ସ୍ଥାପନ କରିବାରେ କଷ୍ଟ ହୋଇଥାଏ । ପ୍ରାକୃତିକ ଖାଦ୍ୟର ଅଭାବ ଓ ଅନିୟମିତ ଖାଦ୍ୟ ଗ୍ରହଣ ଯୋଗୁ ଶିଶୁଙ୍କଠାରେ ଏହା ଦେଖାଯାଇଥାଏ । ଠିକ୍ ଭାବେ ଚିକିତ୍ସା କଲେ ଏହା ଆରୋଗ୍ୟସାଧ୍ୟ ହୋଇପାରିବ ଏବଂ ଏଥିପାଇଁ ବ୍ୟାପକ ସଚେତନତା ଲୋଡ଼ା ବୋଲି ଚିକିତ୍ସକମାନେ ମତ ଦିଅନ୍ତି । ସେମାନଙ୍କ ସୂଚନା ଅନୁଯାୟୀ ଏହି ମାନସିକ ବିକୃତି ଦେଖାଯିବା ପରେ ଅନେକ ଏହା ଭଲ ହେବ ନାହିଁ ବୋଲି ଭାବି ନିଅନ୍ତି । ଫଳରେ ଚିକିତ୍ସା ଅଭାବରୁ ଏହା ବଢ଼ିବା ସହ ଆରୋଗ୍ୟ ହେବାର ସମ୍ଭାବନା କମିଯାଏ । ଅଟିଜମ୍ର ଲକ୍ଷଣ ହେଉଛି ଶିଶୁଟି ନିଜ ଦୁନିଆ ଭିତରେ ରହିବାକୁ ଚେଷ୍ଟା କରେ । ସାଙ୍ଗସାଥୀମାନଙ୍କ ସହ ଖେଳ ବୁଲ ନକରି ଏକା ରହିବାକୁ ଚାହିଁଥାଏ । କୌଣସି ଖେଳଣା ପସନ୍ଦ ହୋଇଗଲେ ବେଶି ସମୟ ସେହି ଖେଳଣା ସହ କାଟିବାକୁ ପସନ୍ଦ କରେ । ବିଶେଷ ଭାବାବେଗ ଶିଶୁଠାରେ ଦେଖାଯାଏ ନାହିଁ । ଦୁଃଖରେ କାନ୍ଦିବା କିମ୍ବା ସୁଖରେ ହସିବା ଭଳି ପରିପ୍ରକାଶ କରେ ନାହିଁ । ପ୍ରଥମରୁ ଚିକିତ୍ସା କଲେ ଏହା ଭଲ ହୋଇପାରିବ ନିଶ୍ଚୟ ।
ଏହା ଏ ପରି ଏକ ମାନସିକ ବ୍ୟାଧି, ଯାହାର ଚିକିତ୍ସା ସମ୍ଭବ । ଏହା ଭୋଗୁଥିବା ଶିଶୁ ସାଧାରଣତଃ ନିଜ ଭିତରେ ବିଲୀନ ରହନ୍ତି । ଆତ୍ମବିମୋହତାକୁ ଏକ ରୋଗ ନ କହି ଏକ ଦୋଷ କହିବା ଠିକ୍ ହେବ । ଗର୍ଭାବସ୍ଥାରେ ମାଆ ନିଶାଯୁକ୍ତ ପାନୀୟ, କୋକେନ୍ ସେବନ କରିଥିଲେ ବା ରୁ୍ୟବେଲା ଭୋଗିଥିଲେ, ଶିଶୁ ଅଟିଜିମ୍ର ଶିକାର ହୁଏ । ସଂପ୍ରତି ଅଟିଜିମ୍ ଭୋଗୁଥିବା ଶିଶୁଙ୍କ ସଂଖ୍ୟା ତିନି କୋଟିରୁ ଅଧିକ । ଭାରତର ୨ ପ୍ରତିଶତ ଲୋକ ଏବେ ମସ୍ତିଷ୍କ ବିକୃତିର ଶିକାର । ଏହାର ନିରାକରଣ କରା ନଗଲେ ଭବିଷ୍ୟତରେ ଏହି ସଂଖ୍ୟା ଦେଶ ପ୍ରତି ଜଟିଳ ସମସ୍ୟା ସୃଷ୍ଟି କରିବ । ତେଣୁ ଏବେଠାରୁ ଏଥିପ୍ରତି ସଚେତନ ହେବା ଦରକାର । ଅଟିଜମ୍ ନିରାକରଣ ପାଇଁ ନୀଳ ରଙ୍ଗକୁ ଏହାର ପ୍ରତୀକ ଭାବେ ବ୍ୟବହାର କରାଯାଉଥିବାରୁ ନୀଳ ରଙ୍ଗକୁ ବ୍ୟବହାର କରାଯାଇ ବିଭିନ୍ନ ସ୍ଲୋଗାନ ମାନ ଲେଖାଯାଇଥାଏ । ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଭାବେ ପାଳନ କରାଯାଇ ଆସୁଛି । ତେବେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ୬୨/୧୩୯ ଗତ ୨୦୦୭ ଡିସେମ୍ବର ୧୮ରେ ଗୃହୀତ ହୋଇଥିଲା । ଏହି ପ୍ରସ୍ତାବ ପ୍ରଥମେ କାତାର ପ୍ରତିନିଧି ଆଗତ କରିଥିଲେ ଏବଂ ଏହାକୁ ସବୁ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଥିଲେ । ପ୍ରସ୍ତାବରେ ଚାରିଟି ମୁଖ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା । ପ୍ରଥମତଃ ଏପ୍ରିଲ ୨କୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଭାବେ ଘୋଷଣା କରିବା । ଦ୍ୱିତୀୟରେ ଜାତିସଂଘ, ସବୁ ସଦସ୍ୟ ରାଷ୍ଟ୍ର, ସ୍ୱେଚ୍ଛାସେବୀ ସଂଗଠନ, ଘରୋଇ ଓ ସର୍ବସାଧାରଣ ସଂଗଠନ ବିଶ୍ୱ ଅଟିଜିମ୍ ଦିବସ ପାଳନ କରିବା, ତୃତୀୟତଃ ସମାଜର ସବୁସ୍ତରରେ ଏହିଦିନ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବା ଜଣେ ଶିଶୁ ତିନିବର୍ଷରେ ପଦାର୍ପଣ କରିବା ପୂର୍ବରୁ ଏହି ସମସ୍ୟା ଲକ୍ଷଣ ପ୍ରକାଶ ପାଏ । ଏହି ମାନସିକ ବିକୃତି ଦେଖାଯିବା ପରେ ଅନେକ ଏହା ଭଲ ହେବ ନାହିଁ ବୋଲି ଭାବି ନିଅନ୍ତି । ଫଳରେ ଚିକିତ୍ସା ଅଭାବରୁ ଏହା ବଢ଼ିବା ସହ ଆରେ ଆଜିକାଲି ସରକାର ଏ ଚିକିତ୍ସାକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରି ରାଜ୍ୟର ବଡ଼ ଡାକ୍ତରଖାନା, ଶିଶୁ ଭବନ ସମେତ ଜିଲ୍ଲାସ୍ତରୀୟ ଡାକ୍ତରଖାନାର ମଧ୍ୟ ଏ ସବୁ ସୁବିଧା ବ୍ୟବସ୍ଥା ରହିଛି । ଏହାର ସୁଯୋଗ ନେବା କଥା ଏବଂ କୌଣସି ପରିସ୍ଥିତିରେ ଗୁଣୀ ଗାରେଡ଼ି ବା ଦେଶୀ ପଦ୍ଧତିର ଚିକିତ୍ସା କରନ୍ତୁ ନାହିଁ । ପେିଲାଟି ନିଶ୍ଚିନ୍ତ ଆରୋଗ୍ୟସାଧ୍ୟ ହେବ ଏବଂ ତା ଜୀବନର ପରିବର୍ତ୍ତନ ନିଶ୍ଚିନ୍ତ ସମ୍ଭବପର ହୋଇପାରିବ ।
ଡାକ୍ତର ଗୁରୁପଦ ମିଶ୍ର