ନୂଆପଡା ଉପନିର୍ବାଚନ : ୫୦,୬୫୬ ଭୋଟରେ ବିଜେପି ପ୍ରାର୍ଥୀ ଆଗୁଆ

ନୂଆପଡା ଉପନିର୍ବାଚନ : ୫୦,୬୫୬ ଭୋଟରେ ବିଜେପି ପ୍ରାର୍ଥୀ  ଆଗୁଆ

ନୂଆପଡା : ନୂଆପଡା ଉପନିର୍ବାଚନର ୧୫ ରାଉଣ୍ଡ ଗଣତି ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଅଧିକ ମାତ୍ରାରେ ଆଗରେ ଅଛନ୍ତି । ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୦,୬୫୬ ଭୋଟରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୫ରାଉଣ୍ଡରେ ୭୩,୭୪୫ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦ୍ୱିତୀୟ ସ୍ଥାନରେ ରହି ୨୩,୦୮୯ ଭୋଟ୍‌  ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୨,୬୧୮ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଅଛନ୍ତି । 

    ଆଜି ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ ପୋଷ୍ଟାଲ୍‌ ବାଲାଟ୍‌ ଓ ଇଭିଏମ୍‌ ଗଣତି ଚାଲିଛି । ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ୩୫୮ ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୬ଟି ରାଉଣ୍ଡରେ ଭୋଟ ଗଣତି ହେବ ।