ନୂଆପଦା ସ୍କୁଲର ବାର୍ଷିକୋତ୍ସବ
ପାଣିକୋଇଲି: କୋରେଇ ବ୍ଲକ୍ ପଥରପଦା ପଞ୍ଚାୟତ ନୂଆପଦା ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଛି । ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ଅତିଥି ଭାବେ କୋରେଇ ଶିକ୍ଷା ମଣ୍ଡଳାଧିଶ ସୁଦର୍ଶନ ମଲ୍ଲିକ, ପଥରପଦା ସରପଞ୍ଚ ମୁଧୁସ୍ମିତା ବାରିକ, ସମିତିସଭ୍ୟା ସରସ୍ୱତୀ ସ୍ୱାଇଁ, ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ନିଖିଳ ଉକôଳ ଶିକ୍ଷକ ସଙ୍ଘ ସଭାପତି ଅଶୋକ ସ୍ୱାଇଁ, ସମ୍ପାଦକ ନୃସିଂହ ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ କରାଯାଇଥିଲା । ଶିକ୍ଷକ ବଳରାମ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷକ ତାରିଣୀ ପ୍ରସାଦ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସୁଶ୍ରୀ ସସ୍ମିତା ବେହରା ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ଶୁସିଲ ଦାସ, ହରେକୃଷ୍ଣ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକ ବଳରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ର/ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲ ପରିଚାଳନା କିମିଟି ଓ ସମସ୍ତ ଅଭିଭାବକ/ଅଭିଭାବିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।