ମାରାଥନ ଦୌଡ; ଦୌଡ଼ିଲେ ଶତାଧିକ
ଧର୍ମଶାଳା : ଏହି ବ୍ଲକ ଭୁବନ ଫିସିକାଲ ଏକାଡେମୀ ତରଫରୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ମାରାଥନ ଦୌଡ ଅନୁଷ୍ଠିତ ହୋଇଯାଇଛି । ମାରାଥନ ଦୌଡରେ ଧର୍ମଶାଳା ବ୍ଲକର ବିଭିନ୍ନ ଅଂଚଳରୁ୧୯୧ଜଣ ଯୁବକଯୁବତୀ ଯୋଗଦେଇ କାଏମା ସ୍ଥିତ ହାଇସ୍କୁଲ ପଡିଆରୁ ଜାରକାସ୍ଥିତ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଦୌଡିଥିଲେ । ଯୁବ ସଙ୍ଗଠକ ରାଜେସ କୁମାର ପାଳ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ଦୌଡକୁ ଶୁଭାରମ୍ଭ କରିଥିଲେ । ଦୌଡରେ ପୁରୁଷ ବିଭାଗରେ ଓମପ୍ରକାଶ ସେଠୀ ପ୍ରଥମ ପୁର୍ଣ୍ଣଚନ୍ଦ୍ର ଦାଶ ଦ୍ୱିତୀୟ ଓ ଶଶୀକାନ୍ତ ମଲିକ ତୃତୀୟ ହୋଇଥିବା ବେଳେ ମହିଳାମାନଙ୍କ ମଧ୍ୟରେ ଭାଗ୍ୟଶ୍ରୀ ଜେନା ପ୍ରଥମ, ମିଲି ସେଠୀ ଦ୍ୱିତୀୟ ଓ ବନ୍ଦିତା ଧଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅତିଥି ଭାବେ ଯୋଗଦେଇ ଫିସିକାଲ ଏକଡେମୀର ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ପାଇଁ ପ୍ରତିଷ୍ଠତା ଚନ୍ଦ୍ରମଣି ନାୟକଙ୍କୁ ପ୍ରଶଂସା କରିଥିଲେ । ଏଥିସହ ଦୌଡରେ କୃତିତ୍ୱ ହାସଲ କରିଥିବା ଯୁବକ ଯୁବତୀମାନଙ୍କ ସହ ମାରାଥନ ଦୌଡରେ ଅଂଶଗ୍ରହଣ କରିଥିବା ସମସ୍ତ ଯୁବକ ଯୁବତୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଧର୍ମଶାଳା ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ, ବିଜେପି ନେତା ଉପେନ୍ଦ୍ର କର, ଚନ୍ଦ୍ରମଣି ପଣ୍ଡିତ, ଆଲୋକ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ।