ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା 

 ରାଜକନିକା : ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ଅଧକ୍ଷ ପ୍ରଫେସର ଉପେନ୍ଦ୍ର କୁମାର ପଣ୍ଡାଙ୍କୁ ଷ୍ଟାଫ ଆସୋସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଷ୍ଟାଫ ଆସୋସିଏସନର ଉପସଭାପତି ଲକ୍ଷ୍ମଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ଡ. ମିଥିଳା ଦାସ, ପ୍ରଶାସନିକ ଅଧିକାରୀ ଡ. ସଂଜୀବ କୁମାର ଦାଶ, ଷ୍ଟାଫ ଆସୋସିଏସନର ସମ୍ପାଦକ, ଡ. ଅଜୟ କୁମାର କୁଣ୍ଡ, ପ୍ରଫେସର ଅନୁପ କୁମାର ମଲ୍ଲିକ, ପ୍ରଫେସର ସଞ୍ଜୟ କୁମାର ମହାନ୍ତି, ପ୍ରଫେସର ଦେବଦାସ ପ୍ରଧାନ, ପ୍ରମୁଖ ଯୋଗ ଦେଇ ନୂତନ ଅଧ୍ୟକ୍ଷ ପ୍ରଫେସର ପଣ୍ଡାଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରଦୀପ ଦାସ, ଡ. ମିର୍ଜା ଇବ୍ରାହିମ ବେଗ, ଡ. ରଞ୍ଜନ ରଥ, ଡ. ଜୟନ୍ତ ମଲ୍ଲିକ, ପ୍ରଫେସର ଅମିତାଭ କାରଣ, ପ୍ରଫେସର ଜ୍ୟୋତି ପୁଷ୍ପା ବେହେରା, ପ୍ରଫେସର ପ୍ରଯୁକ୍ତା ପ୍ରିୟ ଦର୍ଶିନୀ, କିର୍ତ୍ତୀ କଳ୍ପିତା ସିଂହ, କେଶବ ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।