ବର୍ଦ୍ଧିତ ଭତ୍ତା ଚୟନରେ ପାତର ଅନ୍ତର 

 ପଟ୍ଟାମୁଣ୍ଡାଇ : ରାଜ୍ୟ ସରକାର ୮୦ବର୍ଷରୁ ଊଦ୍ଧ୍ୱର୍ ବୃଦ୍ଧବୃଦ୍ଧା ଓ ୮୦% ଭିନ୍ନକ୍ଷମଙ୍କ ପାଇଁ ମାସିକ ୩୫୦୦ଟଙ୍କା ଭତ୍ତା ଘୋଷଣା କରିଛନ୍ତି । ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ହିତାଧିକାରୀ ଚୟନ କରାଯାଇଛି, ମାତ୍ର ପଟ୍ଟାମୁଣ୍ଡାଇ ପୌର ପରିଷଦର ୧ନଂ ୱାର୍ଡରେ ଏଥିରେ ଗୁରୁତର ତ୍ରୁଟି ଦେଖାଦେଇଛି । ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଇଛି । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବୃଦ୍ଧ ବୃଦ୍ଧା ଏହି ବର୍ଦ୍ଧିତ ଭତ୍ତା ପାଇବାରୁ ବଂଚିତ ହୋଇ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି । ଏହାର ପ୍ରତିବାଦରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୧ନଂ ୱାର୍ଡ କାଉନସିଲର ଲଷ୍ମୀପ୍ରିୟା ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତାଙ୍କୁ ସମର୍ଥନ କରି ମଳୟ ଓଝାଙ୍କ ସମେତ ବିଭିନ୍ନ କାଉନସିଲର ଧାରଣା ଦେଇଥିଲେ । ଅବିଳମ୍ବେ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ବର୍ଦ୍ଧିତ ଭତ୍ତା ତାଲିକାରେ ସାମିଲ ନ କଲେ ସେ ଆଗାମୀ ଦିନରେ ଆମରଣ ଅନଶନରେ ବସିବେ ବୋଲି କାଉନ୍ସିଲର ଲକ୍ଷ୍ମୀପ୍ରିୟା ସାହୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସେ ରାଜ୍ୟ ସରକାର ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।