ବସ୍ ଧକ୍କାରେ ଜଣେ ଗୁରୁତର 

ବୁଗୁଡା  : ସ୍ଥାନୀୟ ବେତାରସିଂ ଛକରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ଗୁରୁତର ହୋଇ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ହେଲେ ଏଆରଆରଏସ୍ ସଂସ୍ଥାରେ କାର୍ଯ୍ୟରତ ବ୍ୟକ୍ତି ମହମ୍ମଦ ଇସଗାଦିଲ୍ । ପ୍ରକାଶ ଯେ,  ଇସଗାଦିଲ୍ କାମକୁ ଯାଉଥିବା ବେଳେ ବେତାରସିଂ ଛକରେ ତାଙ୍କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣାରେ ତାଙ୍କର ଡାହାଣ ଗୋଡ ଓ ଗୋଇଠି ଭାଙ୍ଗି ଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।