ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ
କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଞ୍ଚାୟତ ସମିତି ସଭା ଗୃହରେ କୁଜଙ୍ଗ ପଞ୍ଚାୟତ ସମିତିର ପଞ୍ଚମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଅଧ୍ୟକ୍ଷା ନିନାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଦ୍ୱିପକ ପ୍ରସାଦ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ପଞ୍ଚମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ଡ଼ ବିଭୁ ପ୍ରସାଦ ତରାଇ, ବ୍ଲକ୍ ଉପାଧ୍ୟକ୍ଷ ଜ୍ଞାନଜିତ ସ୍ୱାଇଁ, ତହସିଲଦାର ସ୍ୱରୂପ ନନ୍ଦନ ବେହେରା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ଜେନା,ଗ୍ରାମ ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ମଲ୍ଲିକ, ମନ୍ତ୍ରୀଙ୍କ ବ୍ଲକ୍ ପ୍ରତିନିଧି ଦିଲ୍ଲୀପ ବେହେରା, ସାଂସଦଙ୍କ ପ୍ରତିନିଧି ସ୍ମୃତି ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଚରଣ ସ୍ୱାଇଁ, କନକପ୍ରଭା ବେହେରା, ପୁଷ୍ପଲତା ବେହେରା, ରବି ନାରାୟଣ ସାହୁ, ଗୋପିଆକୁଦ ସରପଞ୍ଚ ଶ୍ରିନୀବାସ ସ୍ୱାଇଁ,କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ,ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା,ପଙ୍କପାଳ ସରପଞ୍ଚ ସରୋଜ ସେଠୀଙ୍କ ସମେତ ୨୮ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ-ସଭ୍ୟା ମାନେ ଉପସ୍ଥିତ ଥିଲେ । ଏହି ଅଧିବେଶନରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନା ଗମନ ପାଇଁ ରାସ୍ତା,ପାନୀୟ ଜଳ,ବିଦୁ୍ୟତ,କୃଷି,ଗ୍ରାମ ଉନ୍ନୟନ ଆଦି ସମ୍ପକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।