ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

 କେନ୍ଦ୍ରାପଡ଼ା : ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁ ଏବଂ ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ଜ୍ୟୋତ୍ସ୍ନାମୟୀ ପତିଙ୍କ ସମ୍ମନାର୍ଥେ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ପରିଷଦ ତରଫରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ନୂତନ ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାଧ୍ୟାପିକା ସବିତା ଦାସ, ଡ଼ ଏଲୋରା କବି, ଅଧ୍ୟାପିକା ଡ଼ ମମତା ସାହୁ, ଭାରତୀ ଜେନା, ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ଅଧ୍ୟାପକ ରାଜେନ୍ଦ୍ର ସାହୁ, ପ୍ରତାପ ମହାନନ୍ଦା, କ୍ରୀଡା ପ୍ରଶିକ୍ଷିକା ସଂଯୁକ୍ତା ମହାନ୍ତି ଓ କର୍ମଚାରୀ ଅଖିଳେନ୍ଦୁ ସ୍ୱାଇଁ ପ୍ରମୁଖ ନିଜସ୍ୱ ବକ୍ତବ୍ୟ ମାଧ୍ୟମରେ ବିଦାୟୀ ଅଧ୍ୟକ୍ଷ ପ୍ରଫେସର୍ ସାହୁ ଓ ପ୍ରାଧ୍ୟାପିକା ଜ୍ୟୋତ୍ସ୍ନାମୟୀ ପତିଙ୍କ କର୍ମକୁଶଳତା, କର୍ତବ୍ୟ ନିଷ୍ଠା, ଦାୟିତ୍ୱ ବୋଧତା, ଅନୁଷ୍ଠାନ ପ୍ରତି ଅଙ୍ଗୀକାର ବଦ୍ଧତା, ଶିକ୍ଷକ, କର୍ମଚାରୀ ଓ ଛାତ୍ରୀମାନଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ନୂତନ ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକ, ଶିକ୍ଷକ ଓ କର୍ମଚାରୀ ପରିଷଦ ତରଫରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁ ଓ ପ୍ରାଧ୍ୟାପିକା ଜ୍ୟୋତ୍ସ୍ନାମୟୀ ପତିଙ୍କୁ ମାନପତ୍ର, ଉପଢୌକନ ଓ ପଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ନ୍ଧିତ କରାଯାଇ ଥିଲା ।