ନୂତନ ଅବକାରୀ କୋଠା ଉଦ୍ଘାଟିତ

ଜଟଣୀ : ପବିତ୍ର ଜନ୍ମାଷ୍ଟମୀ ଅବସରରେ ଭାରତୀୟ ତୈଳ ନିଗମ ରାସ୍ତାରେ ଥିବା ଓୟେରହାଉସ ନିକଟରେ ଜଟଣୀ ଅବକାରୀ ବିଭାଗର ନୂତନ କୋଠା ଖୋର୍ଦ୍ଧାଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧାଜିଲ୍ଲା ଅବକାରୀ ବିଭାଗ ଉପ ଅଧିକ୍ଷକ କ୍ଷେତ୍ରମୋହନ ଜଗଦୀଶ ଚନ୍ଦ୍ର ପେରେଇ, ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଜଟଣୀ ଅବକାରୀ ବିଭାଗ ଉପନିରୀକ୍ଷକ ଏନ ଯେଗିନୀ ରାଓ କର୍ତ୍ତା ଭାବେ ଗୃହ ପ୍ରବେଶ ହୋମରେ ବସିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କ୍ଷ ଏହି ସମସ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ସମସ୍ତ ଅବକାରୀ ଥାନାର କର୍ମଚାରୀ ଯୋଗଦେଇଥିଲେ । ଜଟଣୀରେ ଅନେକ ବର୍ଷ ହେବ ଅବକାରୀ କାର୍ଯ୍ୟାଳୟ ଏକ ଭଡା ଘରେ ଚାଲୁଥିଲା । ଅନ୍ୟପକ୍ଷରେ ଏଠାରେ ଏହି କାର୍ଯ୍ୟାଳୟ ଖୋଲିବା ଦ୍ୱାରା ବେଆଇନ ନିଶା କାରବାର ଉପରେ ରୋକ ଲଗାଯାଇପାରିବ ବୋଲି ଅଧିକ୍ଷିକା ଶ୍ରୀମତୀ ତ୍ରିପାଠୀ କହିଛନ୍ତି ।