ଭଦ୍ରକ ମହୋସବ ଓ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା
ଭଦ୍ରକ: ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ । ଉତ୍ତମ ପୁସ୍ତକ ଚରିତ୍ର ବ୍ୟକ୍ତିତ୍ୱ ଗଠନ ଗଠନ କରେ । ଏଣୁ ପୁସ୍ତକ ପଠନ ପ୍ରତ୍ୟେକ ମଣିଷ ପାଇଁ ନିତାନ୍ତ ଜରୁରୀ ଏବଂ ଭଲ ବହିଟିଏ ପାଇବା ପାଇଁ ପୁସ୍ତକ ମେଳାର ସମ୍ପ୍ରତି ଆବଶ୍ୟକ ରହିଛି ବୋଲି ଭଦ୍ରକ ମହୋସôବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋସôବ ଓ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମହୋସôବର ତୃତୀୟ ସଂନ୍ଧ୍ୟାରେ "ପୁସ୍ତକ ଓ ପୁସ୍ତକ ମେଳା’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲ । ମହୋସôବର ସଂଗଠନ ସମ୍ପାଦକ ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ବେଷ୍ଟ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଜେନା ବିଶିଷ୍ଟ ଅତିଥି, ସାହିତି୍ୟକ ଦୟାନିଧି ବେହୁରା ମୁଖ୍ୟବକ୍ତା, ଅବସରପ୍ରାପ୍ତ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ଅଧ୍ୟାପକ ନୀହାର ରଞ୍ଜନ କର, ଶିକ୍ଷକ ପ୍ରଫୁଲ୍ଲ ନାୟକ, ଶିକ୍ଷୟିତ୍ରୀ ସରୋଜିନୀ ନାୟକ, କଣ୍ଠଶିଳ୍ପୀ ଶଶିକଳା ମିଶ୍ର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମହୋସôବର ସଭାପତି ଅଭୟ ସୂତାର ଅତିଥି ପରିଚୟ, ସମ୍ପାଦକ ରବିନାରାୟଣ ଖିଲାର ସ୍ୱାଗତ ଭାଷଣ ଓ କବି ନାରାୟଣ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧିବେଶନ ପୂର୍ବରୁ ଶିକ୍ଷକ କମଳାକାନ୍ତ ସାହୁ, ପର୍ଶୁରାମ ନାୟକ, ସମୀର ଜେନା ଓ ବୀରେନ୍ଦ୍ର ମାଝୀ ପରିଚାଳନାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଦମୟନ୍ତୀ ରାଉତ ଅତିଥିଙ୍କୁ ମଞ୍ଚ ନିମନ୍ତ୍ରଣ ଜାନକୀ ପାଢ଼ୀ, ମନୋରମା ରାୟ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଡ. ଅନିଲ କୁମାର ଦାଶ, ସୁଶ୍ରୀ ଅଞ୍ଜନା ମିଶ୍ର, ଅଞ୍ଜୁବାଳା ରାଉତ ପ୍ରମୁଖ ପରିଚାଳନା କରିଥିଲେ ।