ଉପଖଣ୍ଡସ୍ତରୀୟ କବିତା ଆସର

ଆନନ୍ଦପୁର:  ୭୯ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଦରବାର ହଲରେ ଉପଖଣ୍ଡସ୍ତରୀୟ କବୀତା ପାଠତ୍ସବ ଅନୁଷ୍ଠିତ ହୋଇଛି । ସବୁଜିମା ସାହିତ୍ୟ ସଂସଦ ସଭାପତି ପ୍ରଦୀପ ହଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନୀଳମାଧବ ସୁନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିର ଅତ୍ୟାଧୁନିକ ଚାକଚକ୍ୟ ଭରା ଦୁନିଆରେ ସାହିତ୍ୟ ପ୍ରତି ଯୁବ ସମାଜର ରୁଚି ନଥିବା ବେଳେ, ସାହିତ୍ୟ କେମିତି ବଞ୍ଚିବ ସେନେଇ ଚିନ୍ତା ପ୍ରକଟ କରିଥିଲେ । ଅନ୍ୟତମ ଅତିଥି ଭାବେ ସାହିତ୍ୟ ଜଗତର ବାଗ୍ନୀ ପ୍ରଫେସର ଗଦାଧର ମିଶ୍ର, ପ୍ରଫୁଲ ଚକ୍ର ଶିକ୍ଷାବିତ୍ ପବିତ୍ର ମୋହନ ବେହେରା ଯୋଗ ଦେଇଥିଲେ । ସେହପରି ସମ୍ପାଦକ ବିଜୟ କୁମାର ସୁର ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପଖଣ୍ଡର ବିଭିନ୍ନ ପ୍ରାନ୍ତରୁ ବହୁ ଅନୁଭବୀ କବି ସାହିତ୍ୟକ କାର୍ଯ୍ୟକ୍ରମରେ ଯୋଗଦେଇ କବୀତା ଆବୃତ୍ତି କରିଥିଲେ । କବି ସୁରେନ୍ଦ୍ର ଯେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପବିତ୍ର ମୋହନ ବେହେରା, ଇଂ. ଶୁଭାଶିଷ ପାଢ଼ୀ, ରଘୁନାଥ ପଣ୍ଡିତ, ରବୀନ୍ଦ୍ର ଚାନ୍ଦ, ଅହଲ୍ୟା ମିଶ୍ର, ଅନୀଲ ସାହୁ, ହରେକୃଷ୍ଣ ପାତ୍ର, ବାଞ୍ଛାନିଧି ସାହୁ, ପ୍ରଦୀପ ପାତ୍ରଙ୍କ ସମେତ ବହୁ କବି ଉପସ୍ଥିତ ଥିଲେ ।