ସଷ୍ଟେନବୁଲ ଲାଇଫଷ୍ଟାଇଲ ଉପରେ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ 

 ଜଗତସିଂହପୁର  : ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ, ମାର୍କଣ୍ଡପୁର ପରିସରରେ ସଷ୍ଟେନବୁଲ ଲାଇଫଷ୍ଟାଇଲ ଉପରେ ଜିଲ୍ଲାସରରୀୟ ପ୍ରଦର୍ଶନୀ ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର, ମୁଖ୍ୟବକ୍ତା ରାଜ୍ୟଶ୍ରୀ ସାହୁ, ଜୀବନ କୁମାର ସାହୁ ଓ ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ଜିଲ୍ଲା ସଂଯୋଜକ ପଦରାଜ ଉମାକାନ୍ତ ନାୟକ ସନମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ  । ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଶିକ୍ଷୟତ୍ରୀ ମନୀଷା ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ  । ଏଥିରେ ଜିଲ୍ଲାର ୮ଟି ବ୍ଲକରୁ ୫୨ଟି ଶ୍ରେଷ୍ଠ ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ  । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ପଣ୍ଡା, ଶରତ ଚନ୍ଦ୍ର ମହାରଣା ଓ କୈଳାଶ ଚନ୍ଦ୍ର ସ୍ୱାଇଁ ବିଚାରକ ଭାବରେ ଯୋଗ ଦେଇଥିଲେ  । ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ସୋହମ ତ୍ରିପାଠୀ ପ୍ରଥମ, ବାଲିକୁଦା ବିଦ୍ୟାଳୟର ବିଶ୍ୱଜିତ ଜେନା ଦ୍ୱିତୀୟ ଓ ଜୟପ୍ରକାଶ ଶିକ୍ଷା ନିକେତନର ଛାତ୍ରୀ ସୁଶ୍ରୀ ସୋନାଲି ପଣ୍ଡା ତୃତୀୟ ସ୍ଥାନ ଅଧିକାରକରୀ ଅତିଥିଙ୍କ ଠାରୁ ଆର୍ଥିକ ପୁରସ୍କାର, ପ୍ରମାଣପତ୍ର ଗ୍ରହଣ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସୌଭାଗ୍ୟ ପ୍ରସାଦ ମିଶ୍ର, ମାନସ କୁମାର ବେହେରା, ଏସଡି ପ୍ଲାବନ କୁମାର, ପ୍ରାଚୀପୁଣ୍ୟତୋୟା ପଟ୍ଟନାୟକ, ସୁମିତ୍ରା ମଲ୍ଲିକ ଓ ନରେନ୍ଦ୍ର ବେହେରା ପ୍ରଭୁତି ସହାୟତା ପ୍ରଦାନ କରିଥିଲେ  ।