ନୂତନ ଆଇନ ସଚେତନତା ଶିବିର 

 ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପକ୍ଷରୁ ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପରିସରରେ ନୂତନ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟଅତିଥି ଭାବେ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସନ୍ତୋଷ ଜେନା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନୀତଅତିଥି ଭାବେ ଶିଳ୍ପ ତାଲିମ ପ୍ରତିଷ୍ଠାନ ସହକାରୀ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ଚେଞ୍ଜ ଲିଡର୍ ସ୍ୱାଗତିକା ମହାନ୍ତି ଓ ସ୍ୱାଧିନ ଶେଖର ସାହୁ ମଂଚାସୀନ ଥିଲେ । ଭାରତୀୟ ଦଣ୍ଡବିଧି ଆଇନ ଓ ବର୍ତ୍ତମାନର ଭାରତ ନୂତନ ଆଇନ ସଂହିତା ମଧ୍ୟରେ ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପୋକ୍ସୋ ଆଇନ, ବାଲ୍ୟ ବିବାହ, ସାମାଜିକ ବାସନ୍ଦ, ସାଇବର କ୍ରାଇମ, ନିଶା ନିବାରଣ ସମ୍ପର୍କରେ ଆଇଆଇସି ସେଠି ମତବ୍ୟକ୍ତ କରିଥିଲେ । ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମକୁ ଥାନା ଏସ୍ଆଇ ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ ସାହୁ ପରିଚାଳନା କରିଥିବା ବେଳେ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ଉମା ସାହୁ ଓ ଶିଳ୍ପ ତାଲିମ ପ୍ରତିଷ୍ଠାନର କର୍ମଚାରୀ ସହଯୋଗ କରିଥିଲେ ।