ବିନା ବୀମା ଓ ଫିଟନେସ୍ରେ ଚାଲୁଛି ଅନେକ ଗାଡ଼ି 

  ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅନେକ ଗାଡ଼ିର ବୀମା, ପଲୁ୍ୟସନ୍ ଓ ଫିଟନେସ ନଥିବାବେଳେ ସେଗୁଡିକ ଖୁଲାମଖୁଲା ଚାଲିଛି । ଗଞ୍ଜାମ ଜିଲ୍ଲାରେ ପରିବହନ ମନ୍ତ୍ରୀ ରହିଥିବାବେଳେ ଅଧିକାଂଶ ଗାଡ଼ି ବିନା ପରମିଟ, ବିନା ଇନ୍ସୁରାନ୍ସ ବିନା ପଲୁ୍ୟସନରେ କାହା ନିଦେ୍ର୍ଦଶରେ ଚାଲୁଛି, ଏହାକୁ ନେଇ ଏକ ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜିଲ୍ଲାର ଛତ୍ରପୁର ଓ ଭଞ୍ଜନଗର ଠାରେ ପରିବହନ କାର୍ଯ୍ୟାଳୟ ଥାଇ ବି ଜିଲ୍ଲାର କୋଣ ଅନୁକୋଣରେ ଏଭଳି ଗାଡି ଗୁଡ଼ିକ ଚାଲୁଛି । ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ବି ବାବୁମାନେ ବ୍ୟବହାର କରୁଥିବା ଗାଡ଼ିର ବି ସେହି ଅବସ୍ଥା । ବାବୁମାନେ ଶୀତ ତାପ ନିୟନ୍ତ୍ରଣ କକ୍ଷରେ ବସି ରହିବା ଯୋଗୁଁ ଦଲାଲମାନଙ୍କ ହସ୍ତକ୍ଷେପ ଯୋଗୁଁ ଏହି ଗାଡ଼ିମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର ଆରଟି ଓ ବାବୁ ଆଦାୟ କରିବାରେ ସିଦ୍ଧହସ୍ତ ଯାହାକି ତାଙ୍କ ଚାକିରିର ଇତିହାସ କହୁଛି । ଗାଡି ଯାଞ୍ଚ କରିବା ଦୂରର କଥା ଯାଞ୍ଚ ନାରେ ହେଉଛି ପ୍ରବଳ ଆଦାୟ ବୋଲି ମଧ୍ୟ ଅଭିଯୋଗ ଆସୁଛି । ବ୍ରହ୍ମପୁର ସ୍ଥିତ ହଳଦିଆ ପଦର ଠାରେ ଫିଟନେସ୍ ପାଇଁ ଗଲେ ବାହାରର ଦଲାଲ ମାନଙ୍କ ଜରିଆରେ ଫିଟନେସ ତଦାରଖ କରି ମୋଟା ଅଙ୍କ ଆଦାୟ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ବିନା ଫିଟନେସ୍, ବିନା ଇନ୍ସୁରାନ୍ସରେ ଚାଲୁଥିବା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଲେ ନିକଟରେ ଥିବା ଥାନାରେ ସବୁ ଫିକ୍ସ କରି ଅନ୍ୟ ଗାଡ଼ିକୁ ଦର୍ଶାଇ ଇନ୍ସୁରାନ୍ସ ପାଇଁ ଆବେଦନ କରିବାର ମଧ୍ୟ ନଜିର ବି ରହିଛି । ଠିକ ଯାଞ୍ଚ ନ କରି ଦଲାଲମାନଙ୍କ ହାତରେ ପରିବହନ କାର୍ଯ୍ୟାଳୟ ଚାଲୁଥିବା ଯୋଗୁଁ ଆଜି ଏଭଳି ଗାଡ଼ିଙ୍କ ସଂଖ୍ୟା ବଢୁଥିବା ଚର୍ଚ୍ଚା ହେଉଛି । ବିନା ପରମିଟରେ ଗାଡି ଚାଲୁଥିବାବେଳେ ପ୍ରଶାସନର ଯାଞ୍ଚ ଧର୍ମକୁ ଆଖିଠାର ସଦୃଶ୍ୟ । ସରକାରୀ ଗାଡି ମାନଙ୍କ କଥା ନକହିବା ଭଲ । ଏପରିକି ସ୍କୁଲ ଓ କଲେଜ ଗୁଡିକରେ ବ୍ୟବହାର ହେଉଥିବା ଗାଡିରେ ଅନେକ ଗାଡ଼ିର ଫିଟନେସ ବି ନାହିଁ ।