ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ାା ପ୍ରଭାନୁ୍ୟଜ୍ ।ା  ସାରସକଣା/ବାରିପଦା : ସୋମବାର ଦିନ ମୟୂରଭଞ୍ଜର ନୂତନ ଜିଲ୍ଲାପାଳ  ହେମ କାନ୍ତ ସାଏ ଜିଲ୍ଲା ସଦର ମହକୁମା ବାରିପଦାସ୍ଥିତ ଜିଲ୍ଲାପାଳ ତଥା ଦଣ୍ଡାଧିକାରୀ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସାଏଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ସମେତ, କଲେକ୍ଟରେଟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଗଣ ସ୍ୱାଗତ ଜଣାଇ ଥିଲେ ଏବଂ ଶ୍ରୀ ସାଏ  ବିଦ୍ଧିବଦ୍ଧ ଭାବରେ ସରକାରୀ ନିୟମ ଅନୁସାରେ ଅଧିକାରୀକ ପତ୍ରରେ ଦାୟିତ୍ୱ ଗ୍ରହଣ କରିଥିଲେ ।  ସୂଚନାନୁସାରେ, ପଞ୍ଚାପୀଢ଼ ଉପଖଣ୍ଡ ପାଇଁ ସୋମବାର ଦିନ ଜନଶୁଣାଣୀ, ସଦର ମହକୁମା କରଞ୍ଜିଆ ଠାରେ ଥିବା ବେଳେ, ଜିଲ୍ଲାପାଳ କରଞ୍ଜିଆ ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ସେଠାରୁ ଫେରି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ତଥା ଘରେ ଘରେ ତ୍ରିରଙ୍ଗା ସମାରୋହ ପାଇଁ ସମସ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ଜିଲ୍ଲାପାଳ ଶ୍ରୀ ସଏ ଏହା ପୂର୍ବରୁ ନୂଆପଡା ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ୨୦୧୭ ବ୍ୟାଚର ଭାରତୀୟ ପ୍ରଶାସନିକା ସେବା ଅଧିକାରୀ ଶ୍ରୀ ସାଏ ଏହା ପୂର୍ବରୁ କୋରାପୁଟରେ ଜÿିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଜଣେ ମେଳାପୀ ଏବଂ ମିଷ୍ଟଭାଷୀ ବ୍ୟକ୍ତି ଭାବେ ପ୍ରସିଦ୍ଧ ଶ୍ରୀ ସଏଙ୍କ ନିଜ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ । ମୟୂରଭଞ୍ଜ ଜିଲ୍ଲା ସହିତ ଶ୍ରୀ ସାଏଙ୍କ ସମ୍ପର୍କ ଅତି ନିବିଡ ଆଇଏଏସ ଶିକ୍ଷାନବୀଷ ଭାବରେ ସେ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ କାର୍ଯ୍ୟ କରିଛନ୍ତି ବୋଲି ମଧ୍ୟ ସୂଚନା ପ୍ରାପ୍ତ । ମୟୁରଭଞ୍ଜ ଜିଲ୍ଲା ଜଣେ ଓଡ଼ିଆ ଆଇଏଏସ ଅଧିକାରୀଙ୍କୁ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାପାଳ ରୂପରେ ଅନେକ ଦିନ ପରେ ପାଇଥିବାରୁ ଜନ ମାନସରେ ଏକ ଅଦ୍ଭୁତ ପୂର୍ବ ଖୁସି ପରିଲକ୍ଷିତ ହୋଇଛି ।
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ୱରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅପରାହ୍ନ ୪ ଘଟିକା ସମୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି  । ଜିଲ୍ଲା କାର୍ଯ୍ୟାଳୟରେ ପହଂଚିବା ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ ଓ ବିଭିନ୍ନ ବିଭାଗୀୟ ପଦାଧିକାରୀ  ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ  । ପରେ ପରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ତହସିଲ୍ଦାର, ସମସ୍ତ ବିଡିଓ, ସମସ୍ତ ଲାଇନ ବିଭାଗର ଅଧିକାରୀ, ସମସ୍ତ ନିର୍ବାହୀ ଅଧିକାରୀଙ୍କ ସହ ପରିଚିତ ହେବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଶାସନର ସମସ୍ତ କାର୍ଯ୍ୟକୁ ଲୋକାଭିମୁଖୀ କରିବା ପାଇଁ ସେ ସମସ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗ ପରିଦର୍ଶନ କରି ଭିତିଭୂମି ପରଖିବା ସହ ମୂଲ୍ୟବାନ ଉପଦେଶ ଦେଇଥିଲେ ।  ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦିଆଯିବ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଛନ୍ତି । ଜିଲ୍ଲାର ଦୁର୍ବଳତମ ବ୍ୟକ୍ତିଙ୍କ ନିକଟରେ ପହଂଚିବ ପ୍ରଶାସନ ଓ ଦକ୍ଷତାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବ । ସୂଚନାଯୋଗ୍ୟ, ୨୦୧୮ ବ୍ୟାଚ୍ ଓଡିଶା କ୍ୟାଡର୍ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂର୍ବରୁ ସମ୍ବଲପୁରର ଉପଜିଲ୍ଲାପାଳ,  ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିସନର ଓ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ କାର୍ଯ୍ୟକରି ବେଶ ଲୋକପ୍ରିୟତା ଅର୍ଜନ କରି ସାରିଛନ୍ତି ।
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଶିଷ ଈଶ୍ୱର ପାଟିଲ୍, ସେ ଆଜି ମାଲକାନଗିରି ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି  । ପୂର୍ବରୁ ମାଲକାନଗିରି ଜିଲ୍ଲାପାଳ ଭାବେ ସଚିନ ପାୱାର ରହିଥିବା ବେଳେ ତାଙ୍କର କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା  । ତେବେ ଏହି ର୍ନିେଶ ପରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ପାଟିଲଙ୍କ ବଦଳି ହେବା ପରେ ସେ ଆଜି ଜିଲ୍ଲାରେ ପହଞ୍ଚି ଦାଇତ୍ୱ ଗ୍ରହଣ କରିଛନ୍ତି  । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନୂତନ ଜିଲ୍ଲାପାଳ ଶ୍ରୀ ପାଟିଲ୍ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି  ।