ବାଇକ୍ ସହ ସ୍କୁଟି ଧକ୍କା, ୨ ଗୁରୁତର
ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ: ରବିବାର ବିଳମ୍ବିତ ରାତିରେ ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ରଜା ସାହି ଛକରେ ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଅଞ୍ଚଳର ଲକ୍ଷ୍ମୀ ପାତ୍ର (୪୫) ଓ ଜଗନ୍ନାଥପ୍ରସାଦ କଣ୍ଡସିଂ ଗ୍ରାମର ଚିଣ୍ଟୁ ସ୍ୱାଇଁ (୨୭) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ପ୍ରକାଶ ଯେ, ଲକ୍ଷ୍ମୀ ନିଜ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ସ୍କୁଟି(ଓଡି୦୭ ଏଫ୍ ୬୨୯୧) ଯୋଗେ ବଇଁଚବଣିଆ ଯାଉଥିବା ବେଳେ ବିପରୀତ ଦିଗରୁ ବାଇକ୍ (ଓଆର୦୭ ଡବ୍ଳୁ୍ୟ ୬୭୮୦) ଯୋଗେ ଚିଣ୍ଟୁ ହିଞ୍ଜିଳିକାଟୁ ଆସୁଥିବା ବେଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ରଜାସାହି ଛକରେ ମୁହାଁମୁହିଁ ଧକ୍କା ଘଟିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।                        
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
