ନୂତନ ପରିବହନ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର : ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଇଂ ଦେବାଶିଷ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଢେଙ୍କାନାଳ ଏମ୍ଭିଆଇ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଏବେ ତାଙ୍କ ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ପଦୋନ୍ନତି ହୋଇଛି । ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ପୂର୍ବରୁ ଦାୟିତ୍ୱରେ ଥିବା ମାନସ ରଞ୍ଜନ ସାହୁଙ୍କ କେନ୍ଦୁଝର ଜିଲ୍ଲାକୁ ବଦଳି ହେବା ପରେ ଆଜି ଦେବାଶିଷ ସ୍ୱାଇଁ ନୂତନ ଆରଟିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା ଯେମିତି ରୋକିବା ସହିତ ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ଅଧିକ କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ତେବେ ସେ କାର୍ଯ୍ୟରେ ଯୋଗ ଦେବା ପରେ କାର୍ଯ୍ୟାଳୟର ବହୁ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ।