ଶିଶୁ ଶ୍ରମିକ ନିରାକରଣ ସଚେତନତା
ଭଦ୍ରକ : ଭଦ୍ରକ ଜିଲ୍ଲା ପରିଷଦ ସଭା ଗୃହ ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ପାପାଳ(ସାଧାରଣ) ସରୋଜ କୁମାର ଦତ୍ତ, ମୁଖ୍ୟ ଉନ୍ନୟନ ଅଧକାରୀ ଜିଲ୍ଲା ପରିଷଦ ଶୁଭେନ୍ଦ୍ର କୁମାର ସାମଲ, ଉପଶ୍ରମ କମିଶନର ବିନୋଦ କୁମାର ଟୁଡୁ, ଶ୍ରମ ଅଧିକାରିଣୀ ପ୍ରେମ ମଞ୍ଜରୀ ନାୟକ, ପୂର୍ବତନ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ, ଡିସିପିଓ ଅବିନାଶ ମହାନ୍ତି, ସିଡବ୍ଲୁ୍ୟସି ଅଧ୍ୟକ୍ଷ ଦେବରାଜ ଚୌଧୁରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ଓ ଜିଲ୍ଲାର ପ୍ରମୁଖ ଅଧିକାରୀ ମାନେ ଯୋଗଦେଇ ଥିଲେ । ୧୪ ରୁ ୧୮ ବର୍ଷର ପିଲାଙ୍କୁ କିଶୋର କୁହାଯାଏ । ତେଣୁ ଏହି ୧୮ ବର୍ଷରୁ କମ ବୟସ୍କ ପିଲାଙ୍କୁ ଯଦି ଅର୍ଥ ପାଇଁ କାର୍ଯ୍ୟ କରାଯାଉଥିବ ତେବେ ତାଙ୍କୁ ଶିଶୁ ଶ୍ରମିକ ବୋଲି ବିବେଚନା କରାଯିବ । ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନକୁ ଦଣ୍ଡ ପ୍ରଦାନର ପ୍ରାବିଧାନ ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ପୂର୍ବତନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ଯେ, ଶିଶୁ ଶ୍ରମିକ ସମାଜରେ ବୃଦ୍ଧି ପାଇଲେ କିପରି ନିଶା କାରବାର ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ । ଶେଷରେ ଉପ ଶ୍ରମ କମିଶନର ଧନ୍ୟବାଦ ଦେଇଥିଲେ ।